thelifelinemedia
Latest Odisha News, Breaking News Today

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ୍

ମହିଳା ମହାବିଦ୍ୟାଳୟରେ ୬ଟି ପଦବି ପାଇଁ ୧୩ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା। ଅନ୍ୟ ୧୫ଟି ପଦବିରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନେ ଅପ୍ରତିଦ୍ୱନ୍ଦ୍ବୀଭାବେ ନିର୍ବାଚିତ ହୋଇଥିଲେ

ଢେଙ୍କାନାଳ: ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିସିଜେଡି ପ୍ୟାନେଲ ଅଭୂତପୂର୍ବ ବିଜୟ ଲାଭ କରିଛି। ଗୁରୁବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିଲା। ଅପରାହ୍‌ଣରେ ଫଳାଫଳ ଘୋଷଣା କରାଯାଇଛି। ଏହି ମହାବିଦ୍ୟାଳୟରେ ଏବିଭିପି ଏବଂ ବିସିଜେଡି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା। ସଭାପତି ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁଶ୍ରୀତା ପରିଡ଼ା ବିଜୟୀ ହେବା ସହ ତାଙ୍କ ପ୍ୟାନେଲର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କଲେଜ କ୍ୟାମ୍ପସ୍‌ରେ ଆନନ୍ଦର କୋଳାହଳ ଖେଳିଯାଇଥିଲା। ପରେ, କ୍ୟାମ୍ପସ୍‌ ବାହାରେ ବାଜା, ବାଣ ଆଦି ଆତସବାଜିରେ ଅଞ୍ଚଳ କମ୍ପିଉଠିଥିଲା।

ମହିଳା ମହାବିଦ୍ୟାଳୟରେ ୬ଟି ପଦବି ପାଇଁ ୧୩ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା। ଅନ୍ୟ ୧୫ଟି ପଦବିରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନେ ଅପ୍ରତିଦ୍ୱନ୍ଦ୍ବୀଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୬ଟି ପଦବି ଲାଗି ସକାଳ ୮ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିଲା। ପରେ, ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ୧୧୭୦ ଛାତ୍ରୀ ଭୋଟରଙ୍କ ମଧ୍ୟରୁ ୮୪୨ ଜଣ ମତଦାନ କରିଥିଲେ।

Leave A Reply

Your email address will not be published.