thelifelinemedia
Latest Odisha News, Breaking News Today

ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି: ପାସପୋର୍ଟ ଜାରି କରିବାକୁ ତଳ କୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜପାଲ ଯାଦବ କାନାଡା ଯାତ୍ରା କରିବାକୁ ଯାଉଛନ୍ତି ସେଠାରେ କନସର୍ଟରୁ ହେବାକୁଥିବା ଆୟ ପେମେଣ୍ଟ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ସୁପ୍ରିମକୋର୍ଟ ତଳ କୋର୍ଟଙ୍କୁ ରାଜପାଲ ଯାଦବଙ୍କ ପାସପୋର୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ: ଅଭିନେତା ରାଜପାଲ ଯାଦବଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚେକ୍ ବାଉନ୍ସ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ମାଧ୍ୟମରେ ଆପୋଷ ବୁଝାମଣା ପାଇଁ ମାମଲାକୁ ପଠାଇ ଦେଇଛନ୍ତି। ଶୁଣାଣି ସମୟରେ ରାଜପାଲ ଯାଦବଙ୍କ ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୩ ତାରିଖରେ ଅବଶିଷ୍ଟ ୮୫ ଲକ୍ଷ ଟଙ୍କା ରେଜିଷ୍ଟ୍ରିରେ ଜମା କରାଯାଇଛି।

ସେ କହିଛନ୍ତି, ରାଜପାଲ ଯାଦବ କାନାଡା ଯାତ୍ରା କରିବାକୁ ଯାଉଛନ୍ତି ସେଠାରେ କନସର୍ଟରୁ ହେବାକୁଥିବା ଆୟ ପେମେଣ୍ଟ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ସୁପ୍ରିମକୋର୍ଟ ତଳ କୋର୍ଟଙ୍କୁ ରାଜପାଲ ଯାଦବଙ୍କ ପାସପୋର୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ତାଙ୍କ ବିଦେଶ ଯାତ୍ରାର ପଥ ପରିଷ୍କାର ହୋଇଛି। ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ରାଜପାଲ ଯାଦବଙ୍କୁ ତୁରନ୍ତ ୧ କୋଟି ୧୫ ଲକ୍ଷ ଏବଂ ବାକି ୮୫ ଲକ୍ଷ ଅକ୍ଟୋବର ୧୩ ସୁଦ୍ଧା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.