ରାହୁଲ ଗାନ୍ଧୀଙ୍କୁ ସୁପ୍ରୀମକୋର୍ଟଙ୍କ ନୋଟିସ: ଅକ୍ଟୋବର ୧୨ ତାରିଖ ପଦଯାତ୍ରାକୁ ନେଇ ନୋଟିସ୍
ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) କହିଛନ୍ତି ଯେ, "ନ୍ୟାୟପାଳିକାକୁ କେହି ଧମକାଇ ବା ଚାପ ପକାଇ ପାରିବେ ନାହିଁ" । ଏଥିସହିତ ସେହି ଦିନର ଆଚରଣ ନେଇ କୋର୍ଟ ଆବେଦନକାରୀଙ୍କୁ ଜବାବ ମାଗିଛନ୍ତି
ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ହୋଇଛି। ଅକ୍ଟୋବର ୧୨ ତାରିଖ ସୁପ୍ରିମକୋର୍ଟ ପଦଯାତ୍ରାକୁ ନେଇ ନୋଟିସ୍ କରାଯାଇଛି। ରାହୁଲ ଓ ଅଖିଳେଶ ଯାଦବଙ୍କ ସମେତ ୧୨ ନେତାଙ୍କୁ ନୋଟିସ୍ ହୋଇଛି। ରାହୁଲଙ୍କ ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ରାହୁଲଙ୍କୁ ସ୍ପଷ୍ଟୀକରଣ ଦେବାକୁ ହେବ କହିଲେ ସୁପ୍ରିମକୋର୍ଟ।ଅକ୍ଟୋବର ୧୨ ତାରିଖରେ ନିର୍ବାଚନ କମିଶନଙ୍କ (ECI) ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ବିରୋଧ କରି ରାହୁଲ ଗାନ୍ଧୀ ଓ ଅନ୍ୟ ନେତାମାନେ ସୁପ୍ରିମକୋର୍ଟ ପରିସର ଅଭିମୁଖେ ଏକ ବଡ଼ ପ୍ରତିବାଦ ପଦଯାତ୍ରା ବା ମାର୍ଚ୍ଚ କରିଥିଲେ। ଅଦାଲତ ପରିସର ନିକଟରେ ଏଭଳି ଶୋଭାଯାତ୍ରା ଓ ସେଠାରେ ଏକତ୍ରିତ ହୋଇଥିବା ଭିଡ଼କୁ ନେଇ କୋର୍ଟରେ ଦାଖଲ ହୋଇଥିବା ଆବେଦନ ଆଧାରରେ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି।
ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) କହିଛନ୍ତି ଯେ, “ନ୍ୟାୟପାଳିକାକୁ କେହି ଧମକାଇ ବା ଚାପ ପକାଇ ପାରିବେ ନାହିଁ” । ଏଥିସହିତ ସେହି ଦିନର ଆଚରଣ ନେଇ କୋର୍ଟ ଆବେଦନକାରୀଙ୍କୁ ଜବାବ ମାଗିଛନ୍ତି।ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳର ନେତାମାନେ ଭୋଟର ତାଲିକାରୁ ବ୍ୟାପକ ସଂଖ୍ୟାରେ ନାମ କଟାଯିବା ଅଭିଯୋଗ ଆଣି ଦାଖଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ (ECI) ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମଧ୍ୟ ଜବାବ ଦାଖଲ କରିବା ପାଇଁ ନୋଟିସ ପଠାଇଛନ୍ତି।