ସାଉଦି ଆରାମକୋ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ: ତେଲ କମ୍ପାନି କୋଠାରେ ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭୟାବହ ଚିତ୍ର
ରିୟାଦ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍କୁ ପ୍ରତିରୋଧ କରାଯାଇଥିବା ସାଉଦି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରଏଟର୍ସର ଏକ ରିପୋର୍ଟ ଅନୁସାରେ କମ୍ପାନିର କାର୍ଯ୍ୟାଳୟର ଉପର ତିନୋଟି ମହଲା କ୍ଷତିଗ୍ରସ୍ତ ହୋଇଛି
ରିୟାଦ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସାଉଦି ଆରବ ଏବଂ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ସାଉଦି ଆରବର ପୂର୍ବ ଅଞ୍ଚଳରେ ଥିବା ଧାହରାନ ସହରରେ ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନି ମଧ୍ୟରୁ ଗୋଟିଏ ସାଉଦି ଆରାମକୋର ପ୍ରଶାସନିକ କମ୍ପ୍ଲେକ୍ସକୁ ଟାର୍ଗେଟ କରି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ରିପୋର୍ଟ ଆସିଛି।
ସାଉଦି ସରକାରୀ ଖବର ସଂସ୍ଥା ଅନୁଯାୟୀ ଆକ୍ରମଣ ପରେ କୋଠାରେ ନିଆଁ ଲାଗିଯାଇଥିଲା। ତେବେ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ରିୟାଦ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍କୁ ପ୍ରତିରୋଧ କରାଯାଇଥିବା ସାଉଦି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରଏଟର୍ସର ଏକ ରିପୋର୍ଟ ଅନୁସାରେ କମ୍ପାନିର କାର୍ଯ୍ୟାଳୟର ଉପର ତିନୋଟି ମହଲା କ୍ଷତିଗ୍ରସ୍ତ ହୋଇଛି। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଥିବାରୁ ଏୟାରଲାଇନ୍ସଗୁଡ଼ିକ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ଯେ, ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ ହୋଇଛି।