ଗାଁରୁ ୧୪.୫ ଫୁଟ୍ର ବିରାଟକାୟ ଅଜଗର ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ, ମହାକାଳପଡ଼ାର ଘଟଣା
ଗ୍ରାମର ମଦନ ସାମନ୍ତଙ୍କ ଘର ପରିସରରେ ଏକ ସାଢେ ୧୪ ଫୁଟ ଲମ୍ବର ବର୍ମିଜ ପ୍ରଜାତିର ଅଜଗର ଯାଉଥିବା ଦେଖି ପରିବାର ଲୋକେ ବନବିଭାଗକୁ ଖବରଦେଇଥିଲେ
ମହାକାଳପଡ଼ା:ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବତୀଘର ପଞ୍ଚାୟତର ବରକୋଳିଖୋଳା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଏକ ବିରାଟକାୟ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି |
ସୂଚନାରୁ ପ୍ରକାଶ, ଗତକାଲି ରାତିରେ ବରକୋଳିଖୋଳା ଗ୍ରାମର ମଦନ ସାମନ୍ତଙ୍କ ଘର ପରିସରରେ ଏକ ସାଢେ ୧୪ ଫୁଟ ଲମ୍ବର ବର୍ମିଜ ପ୍ରଜାତିର ଅଜଗର ଯାଉଥିବା ଦେଖି ପରିବାର ଲୋକେ ବନବିଭାଗକୁ ଖବରଦେଇଥିଲେ। ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମହାକାଳପଡ଼ାରେ ୧୪.୫ ଫୁଟ୍ର ବିରାଟକାୟ ବର୍ମିଜ୍ ଅଜଗର ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବତୀଘର ସେକ୍ସନ ଅଫିସରେ ରଖାଯାଇଥିବା ବେଳେ ଏହାକୁ ଆଜି କଂସାରୀଡିଆ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଜମ୍ବୁ ରେଞ୍ଜର ଶାନ୍ତନୁ ଦଳାଇ ପ୍ରକାଶ କରିଛନ୍ତି।ଗ୍ରାମର ମଦନ ସାମନ୍ତଙ୍କ ଘର ପରିସରରେ ଏକ ସାଢେ ୧୪ ଫୁଟ ଲମ୍ବର ବର୍ମିଜ ପ୍ରଜାତିର ଅଜଗର ଯାଉଥିବା ଦେଖି ପରିବାର ଲୋକେ ବନବିଭାଗକୁ ଖବରଦେଇଥିଲେ।