thelifelinemedia
Latest Odisha News, Breaking News Today

ଶିକ୍ଷକ ନାଁ ରେ କଳଙ୍କ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଘାଗି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ଗିରଫ

ସ୍କୁଲ ଛୁଟି ହେବା ପରେ ସ୍କୁଲର କବାଟ ଝରକା ବନ୍ଦ କରିବା ପାଇଁ ଡାକି lt ଛାତ୍ରୀଙ୍କୁ ଜୋରଜବରଦସ୍ତି ଅସଦାଚରଣ କରିଥିଲେ

ମୟୂରଭଞ୍ଜ: ଶିକ୍ଷକ ନାଁରେ କଳଙ୍କ। ଏମିତି ଏକ ଖବରକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଅଞ୍ଚକରେ ପୁଣି ଲଜ୍ଜା। ରରୁଆଁ ଥାନା ଶୁକୃଳି ବ୍ଳକର ଘାଗି ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ଗତ ମାସ ୨୫ ତାରିଖରେ ଅସଦାଚରଣ କରିଥିଲେ। ସ୍କୁଲ ଛୁଟି ହେବା ପରେ ସ୍କୁଲର କବାଟ ଝରକା ବନ୍ଦ କରିବା ପାଇଁ ଡାକି lt ଛାତ୍ରୀଙ୍କୁ ଜୋରଜବରଦସ୍ତି ଅସଦାଚରଣ କରିଥିଲେ।ସ୍କୁଲ ଛୁଟି ହେବା ପରେ ସ୍କୁଲର କବାଟ ଝରକା ବନ୍ଦ କରିବା ପାଇଁ ଡାକି ଛାତ୍ରୀଙ୍କୁ ଜୋରଜବରଦସ୍ତି ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା। ଯାହାକୁ ନେଇ ପୋଲିସ ବଡ ଆକ୍ସନ ନେଇଛି।

ଏ ନେଇ ରରୁଆଁ ଥାନାରେ ଛାତ୍ରୀଙ୍କର ଅଭିଭାବକ ଅଭିଯୋଗ କରିବା ପରେ ରରୁଆଁ ଥାନା ଅଧିକାରୀ ଗତକାଲି ରାତିରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପାରିପଦାରୁ ଗିରଫ କରିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.