thelifelinemedia
Latest Odisha News, Breaking News Today

ମୋଦୀଙ୍କ ବିଦା ହେବା ସମୟ ଆସିଯାଇଛି:ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୭.୭୪ ପ୍ରତିଶତରେ ପହଞ୍ଚିଛି ଏବଂ ସାଧାରଣ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ ରହିଛି, ଯାହା ଗତ ୨୩ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଓ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ”ଆଛେ ଦିନ”ର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର କେବଳ ଭୋଟ୍ ଚୋରି କରୁନାହାଁନ୍ତି, ବରଂ ସାଧାରଣ ଜନତାଙ୍କ ସଞ୍ଚୟ ମଧ୍ୟ ଲୁଟୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏବେ ନିଜର ”ଝୋଲା” ଉଠାଇ ଚାଲିଯିବାର ସମୟ ଆସିଯାଇଛି ବୋଲି କଂଗ୍ରେସ କହିଛି।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୭.୭୪ ପ୍ରତିଶତରେ ପହଞ୍ଚିଛି ଏବଂ ସାଧାରଣ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ ରହିଛି, ଯାହା ଗତ ୨୩ ମାସରେ ସର୍ବାଧିକ। ପିଆଜ ଦର ୧୦୮ ପ୍ରତିଶତ, ରସୁଣ ୫୫ ପ୍ରତିଶତ, ଅଦା ୬୩ ପ୍ରତିଶତ ଏବଂ ଲେମ୍ବୁ ଦର ୩୬ ପ୍ରତିଶତ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି କେବଳ ଥାଳିର ଖାଦ୍ୟ ନୁହେଁ, ବରଂ ପରିବହନ, ଶିକ୍ଷା ଓ ଗୃହୋପକରଣକୁ ମଧ୍ୟ ମହଙ୍ଗା କରିଛି। ଗରିବଙ୍କ ଖାଦ୍ୟ ଏବଂ ମଧ୍ୟବିତ୍ତଙ୍କ ସଞ୍ଚୟ କମୁଥିବା ବେଳେ ପ୍ରଧାନମନ୍ତ୍ରୀ ଜଣେ ”ମୌନୀ ବାବା”ଙ୍କ ଭଳି ନୀରବ ରହିଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.