thelifelinemedia
Latest Odisha News, Breaking News Today

ବଦଳିଲେ ଓଡ଼ିଶାର ରାଜ୍ୟପାଳ:ହରିବାବୁ କମ୍ବମପାଟିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ

ଝାଡଖଣ୍ଡ ବିଜେପିର ପୂର୍ବତନ ଏମପି ହେଉଛନ୍ତି ବ୍ରଜମୋହନ ରାମ। ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ଥିଲେ ସାଂସଦ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ

ଭୁବନେଶ୍ୱର:ବଦଳିଲେ ଓଡ଼ିଶାର ରାଜ୍ୟପାଳ । ରାଜ୍ୟପାଳ ଡ. ହରିବାବୁ କମ୍ବମପାଟିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ । ଓଡିଶା ସହ ୬ଟି ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଛନ୍ତି।ସିକ୍କିମ, କେରଳ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତାମିଲନାଡୁର ରାଜ୍ୟପାଳ ବଦଳିଛନ୍ତି। ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଝାଡଖଣ୍ଡ ବିଜେପିର ପୂର୍ବତନ ଏମପି ହେଉଛନ୍ତି ବ୍ରଜମୋହନ ରାମ। ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ଥିଲେ ସାଂସଦ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।ଲୋକସଭା ସାଂସଦ ହେବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହା ସହିତ ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

Leave A Reply

Your email address will not be published.