ସାରା ଦେଶ ପାଲଟିବ ଜନ୍ତରମନ୍ତର’: ସରକାରଙ୍କୁ ଦିପକେଙ୍କ କଡ଼ା ଜବାବ
ପ୍ରତିବାଦ ପାଇଁ ଅନୁମତି ନେବାର ପ୍ରକ୍ରିୟା, ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ନିୟମ ସମ୍ପର୍କରେ ସ୍ପଷ୍ଟ କରାଯିବ।ଅନ୍ୟପଟେ ଏହି ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ
ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନକୁ ନେଇ ବଡ଼ ପରିବର୍ତ୍ତନ। ଏଣିକି ଜନ୍ତରମନ୍ତର ଆଉ ରହିବନି ଧାରଣା ଓ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନ। ଦିଲ୍ଲୀ ପୋଲିସ ଜନ୍ତରମନ୍ତରକୁ ସରକାରୀ ଅନୁମୋଦିତ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦେଇଛି। ଏହା ବଦଳରେ ତିନୋଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠିତ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।
ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ସ୍ୱାକ୍ଷରରେ ଏହି ନୂଆ ଆଦେଶ ଜାରି କରାଯାଇଛି। ୨୦୨୨ ଏପ୍ରିଲ ୨୮ ତାରିଖରେ ଜାରି ହୋଇଥିବା ପୁରୁଣା ନିର୍ଦ୍ଦେଶନାମାରେ ଆଂଶିକ ସଂଶୋଧନ କରାଯାଇଛି। ନୂଆ ସ୍ଥାନଗୁଡ଼ିକରେ ଧାରଣା ଓ ବିକ୍ଷୋଭ ଆୟୋଜନ ପାଇଁ ସ୍ୱତନ୍ତ୍ର ଏସଓପି ବା ମାନକ ପରିଚାଳନା ପ୍ରକ୍ରିୟା ଜାରି କରାଯିବ। ଏଥିରେ ପ୍ରତିବାଦ ପାଇଁ ଅନୁମତି ନେବାର ପ୍ରକ୍ରିୟା, ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ନିୟମ ସମ୍ପର୍କରେ ସ୍ପଷ୍ଟ କରାଯିବ।ଅନ୍ୟପଟେ ଏହି ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ। ସେ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ଜନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇ ଦିଆଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ଜଣେ ଭୀରୁ ଏକଛତ୍ରବାଦୀ ଜନ୍ତରମନ୍ତରକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।