thelifelinemedia
Latest Odisha News, Breaking News Today

ପ୍ରଚାରର ଶେ‌ଷ ଦିନରେ କମ୍ପୁଛି ବାଣୀବିହାର କ୍ୟାମ୍ପସ୍‌,କାଲି ‘Why I Stand For’ ମିଟିଂ, ଭୋଟ୍ ପୂର୍ବରୁ ବଢ଼ିଲା ସୁରକ୍ଷା

କେବଳ ପ୍ରଚାର ନୁହେଁ, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମଧ୍ୟ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ହଷ୍ଟେଲ୍ରେ ରହିଥିବା ସମସ୍ୟାଗୁଡ଼ିକୁ କାଗଜ କଲମରେ ଲେଖି ରଖୁଛନ୍ତି

ଭୁବନେଶ୍ୱର:ଆଉ ଦିନକ ପରେ ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଜମୁଛି ଜୋରଦାର ପ୍ରଚାର । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଲାଗିପଡ଼ିଛନ୍ତି ୩ ପ୍ରମୁଖ ଛାତ୍ର ସଂଗଠନ। ଦିନରେ କ୍ଲାସରୁମ୍‌ରୁ କ୍ଲାସରୁମ୍, ରାତିରେ ହଷ୍ଟେଲରୁ ହଷ୍ଟେଲ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଅନ୍ୟପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ବାଣୀ ବିହାର କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ବୁଧବାର ଅନୁଷ୍ଠିତ ହେବ ‘Why I Stand For’ କାର୍ଯ୍ୟକ୍ରମ । ଏହା ପରେ ଗୁରୁବାର ଭୋଟ୍ ଗ୍ରହଣ କରାଯିବ । ନିଜ ପ୍ୟାନେଲ୍କୁ ବିଜୟୀ କରିବା ପାଇଁ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ପୁରୁଷ ପ୍ରାର୍ଥୀମାନେ ଜେଣ୍ଟସ୍ ହଷ୍ଟେଲ୍ ଏବଂ ମହିଳା ପ୍ରାର୍ଥୀମାନେ ଲେଡିଜ୍ ହଷ୍ଟେଲ୍‌ରେ ପହଞ୍ଚି ଭୋଟ୍ ଭିକ୍ଷା କରୁଛନ୍ତି । ପୂରା ପ୍ୟାନେଲ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ ଅପିଲ୍ କରୁଛନ୍ତି ପ୍ରାର୍ଥୀ ।

କେବଳ ପ୍ରଚାର ନୁହେଁ, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମଧ୍ୟ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ହଷ୍ଟେଲ୍ରେ ରହିଥିବା ସମସ୍ୟାଗୁଡ଼ିକୁ କାଗଜ କଲମରେ ଲେଖି ରଖୁଛନ୍ତି ।ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏବେ ସମସ୍ତଙ୍କ ନଜର ଗୁରୁବାର ମତଦାନ ଏବଂ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଉପରେ।

Leave A Reply

Your email address will not be published.