thelifelinemedia
Latest Odisha News, Breaking News Today

ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା: ଓଡ଼ିଶାରେ ପ୍ରବଳ ବର୍ଷା

୧୩ରୁ ୧୫ ତାରିଖ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିପାରେ। ତେବେ କହିବାକୁ ଗଲେ ପୂଜା ପୂର୍ବରୁ ବର୍ଷା ରହିଛି

ଭୁବନେଶ୍ଵର,: ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ହୋଇପାରେ। ତେବେ ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୩ରୁ ୧୫ ତାରିଖ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିପାରେ। ତେବେ କହିବାକୁ ଗଲେ ପୂଜା ପୂର୍ବରୁ ବର୍ଷା ରହିଛି। ଏହା ପରେ ପାଗରେ ପରିବର୍ତ୍ତନ ନେଇ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।

ସୂଚନା ଅନୁସାରେ ମଙ୍ଗଳବାରଠୁ ବର୍ଷାରେ ଭିଜିିବ ପୂର୍ବ ଓଡ଼ିଶା। ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିବ । ବଙ୍ଗୋପସାଗରରୁ ଲଗାତାର ଜଳୀୟ ବାଷ୍ପ ଆସୁଥିଲେ ମଧ୍ୟ କୌଣସି ଶକ୍ତିଶାଳୀ ସିଷ୍ଟମ ନଥିବାରୁ ରାଜ୍ୟରେ ଅତ୍ୟଧିକ ବର୍ଷାର କୌଣସି ସମ୍ଭାବନା ନାହିଁ । ତେବେ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ ଗଞ୍ଜାମ ଆଦି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କୁହୁଡ଼ିଆ ପରିବେଶ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.