ଧର୍ମଶାଳା ABEO ବାବୁଙ୍କ ଘରୁ ବାହାରିଛି ପୁଳାପୁଳା ସୁନା-ରୂପା ଓ ହୀରା, ୧୯ଟି ପ୍ଲଟ୍ ଠାବ
ଜୟଦେବ ଜେନାଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ୩ ମହଲା କୋଠା ଥିବା ବେଳେ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଦୁଇଟି ବହୁତଳ କୋଠା ଠାବ କରାଯାଇଛି
ଧର୍ମଶାଳା: ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ତାଙ୍କର ଏକାଧିକ ବହୁତଳ କୋଠା ଓ ୧୯ଟି ପ୍ଲଟ୍ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ସୁନା ଓ ହୀରା ଅଳଙ୍କାର ମିଳିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଜୟଦେବ ଜେନାଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ୩ ମହଲା କୋଠା ଥିବା ବେଳେ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଦୁଇଟି ବହୁତଳ କୋଠା ଠାବ କରାଯାଇଛି। ଏହାବ୍ୟତୀତ ଭୁବନେଶ୍ୱର, ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ତାଙ୍କ ନାମରେ ୧୯ଟି ପ୍ଲଟ୍ ଥିବା ଜଣାପଡ଼ିଛି। ତାଙ୍କ ଘରୁ ସୁନା ଓ ହୀରା ଅଳଙ୍କାର ସହ ରୂପା ଗ୍ଲାସ୍ ମଧ୍ୟ ମିଳିଥିବା ସୂଚନା ରହିଛି। ତେବେ ଜବତ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ମୋଟ ମୂଲ୍ୟ ଭିଜିଲାନ୍ସର ଯାଞ୍ଚ ପରେ ସ୍ପଷ୍ଟ ହେବ।