ଟ୍ରମ୍ପ ପ୍ରଶାସନକୁ ବଡ଼ ଝଟକା: କରଦାତାଙ୍କ ଟଙ୍କାରେ ପ୍ରସାରିତ ହେଉଥିବା ଟିଭି ବିଜ୍ଞାପନଗୁଡ଼ିକୁ ରଦ୍ଦ କରିବାକୁ ଆଦେଶ ଦେଲେ କୋର୍ଟ
ଅଭିଯୋଗ ହୋଇଥିଲା ଯେ, ଟ୍ରମ୍ପ ପ୍ରଶାସନ ତାଙ୍କର ରାଜନୈତିକ ବାର୍ତ୍ତାକୁ ପ୍ରଚାର କରିବା ପାଇଁ ଲକ୍ଷ ଲକ୍ଷ କରଦାତାଙ୍କ ଡଲାର ଖର୍ଚ୍ଚ କରୁଛି, ଏବଂ ଏହା ସାଧାରଣ ପାଣ୍ଠିର ଏକ ବେଆଇନ ବ୍ୟବହାର
ୱାସିଂଟନ:ଆମେରିକାର ଫେଡେରାଲ୍ ବିଚାରପତି ଜେନିଫର ଏଲ୍. ରୋଚନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ କରଦାତାଙ୍କ ଟଙ୍କାରେ ପରିଚାଳିତ ସମସ୍ତ ଟିଭି ବିଜ୍ଞାପନକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ରାତିରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ ଏପରି ବିଜ୍ଞାପନଗୁଡ଼ିକୁ ଅବରୋଧ କରାଯାଇଛି ଯାହାକୁ ବିଭିନ୍ନ ଗୋଷ୍ଠୀମାନଙ୍କ ପକ୍ଷରୁ ସରକାରୀ ପାଣ୍ଠିର ବେଆଇନ ବ୍ୟବହାର ବୋଲି କୁହାଯାଇଥିଲା।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଟ୍ରମ୍ପଙ୍କ ପ୍ରଶାସନକୁ ବଡ଼ ଝଟକା ଲାଗିଛି। ନିରପେକ୍ଷ ସଂଗଠନ ‘କମନ କଜ’ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟୁୟର୍କର ଆମେରିକୀୟ ଜିଲ୍ଲା ବିଚାରପତି ଜେନିଫର ଏଲ୍. ରୋଚନ୍ ପ୍ରଶାସନ ବିରୋଧରେ ଏକ ମଧ୍ୟବର୍ତ୍ତୀକାଳୀନ ପ୍ରତିବନ୍ଧକ ଆଦେଶ ଜାରି କରିଛନ୍ତି। ବିଚାରପତି ରବିବାର ରାତିରେ ପ୍ରସାରଣ ହେବାକୁ ଥିବା ବିଜ୍ଞାପନ ସମେତ ପ୍ରସାରିତ ହେବାକୁ ଥିବା ଅନ୍ୟ ସମସ୍ତ ବିଜ୍ଞାପନକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଭିଯୋଗ ହୋଇଥିଲା ଯେ, ଟ୍ରମ୍ପ ପ୍ରଶାସନ ତାଙ୍କର ରାଜନୈତିକ ବାର୍ତ୍ତାକୁ ପ୍ରଚାର କରିବା ପାଇଁ ଲକ୍ଷ ଲକ୍ଷ କରଦାତାଙ୍କ ଡଲାର ଖର୍ଚ୍ଚ କରୁଛି, ଏବଂ ଏହା ସାଧାରଣ ପାଣ୍ଠିର ଏକ ବେଆଇନ ବ୍ୟବହାର। ଏହି ଆଧାରରେ ବିଜ୍ଞାପନଗୁଡ଼ିକର ପ୍ରସାରଣ ବନ୍ଦ କରିବାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା