thelifelinemedia
Latest Odisha News, Breaking News Today

ସିମୁଳିଆରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୧୧ ଜୁଆଡ଼ି ଗିରଫ; ୪ ବାଇକ୍‌, କାର୍‌ ଓ ନଗଦ ଟଙ୍କା ଜବତ

ଚଢ଼ାଉ ସମୟରେ ବେଆଇନ ଭାବେ ଜୁଆ ଖେଳାଯାଉଥିବା ବେଳେ ପୁଲିସ ଭଦ୍ରକ, ଖଇରା ଓ ସିମୁଳିଆ ଅଂଚଳରୁ ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସଫଳ ହୋଇଛି

ବାଲେଶ୍ବର:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଅଞ୍ଚଳରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସିମୁଳିଆ ଆଇଆଇସି ଦେବରାଜ ଜେନାଙ୍କ ନେତୃତ୍ୱରେ ଅନ୍ତରା ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ବେଆଇନ ଭାବେ ଜୁଆ ଖେଳାଯାଉଥିବା ବେଳେ ପୁଲିସ ଭଦ୍ରକ, ଖଇରା ଓ ସିମୁଳିଆ ଅଂଚଳରୁ ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସଫଳ ହୋଇଛି। ଘଟଣାସ୍ଥଳରୁ ପୁଲିସ ୪ଟି ବାଇକ୍ ଏବଂ ୧ଟି କାର୍ ଜବତ କରିଛି। ଜୁଆ ଖେଳରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।ଏହା ସହିତ ଜୁଆ ଆଡ଼ଡ଼ାରୁ ନଗଦ ୫,୮୦୦ ଟଙ୍କା ଜବତ କରାଯାଇଛି। ଏନେଇ ସିମୁଳିଆ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.