thelifelinemedia
Latest Odisha News, Breaking News Today

ଧର୍ମଶାଳାରେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ, ୫ ବର୍ଷର ଶିଶୁ ମୃତ; ବାପା-ମାଆ ଗୁରୁତର

ରୋଷେଇ ବେଳେ ଅଘଟଣ। ଗ୍ୟାସ ଫାଟି ଚାଲିଗଲା ଶିଶୁ କନ୍ୟାର ଜୀବନ

ଧର୍ମଶାଳା: ଯାଜପୁର ଧର୍ମଶାଳାରେ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ ଟାଙ୍କି ଫାଟି ଜଣେ ଶିଶୁର ଜୀବନ ଚାଲି ଯାଇଛି। ସୂଚନା ଅନୁସାରେ ଆଜି ସକାଳ ୬.୩୦ରେ ଧର୍ମଶାଳା ଥାନା ଅରାବଳ ପଞ୍ଚାୟତ ତଥା ଅରାବଳ ଗ୍ରାମର ଶ୍ରମିକ ଅଭିରାମ ମଲିକ(୪୦)ଙ୍କ ପତ୍ନୀ ତିଲୋତ୍ତମା (୩୫) ସକାଳ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ଅଭିରାମଙ୍କ ଝିଅ ମାମାଲି(୫)ଙ୍କ ମୃତ୍ୟୁହୋଇଥିବା ବେଳେ ବାପା,ମା’ ଗୁରୁତର ଆହତ ହୋଇଛନ୍ତି । ବଡ଼ବାପା ଉତ୍ତମ ମଲିକ(୫୦) ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ସମସ୍ତ ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା ।ଡାକ୍ତର ସେଠାରେ ମାମାଲିକୁ ମୃତ ଘୋଷଣା କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ କର୍ମଚାରୀ ଓ କୋତପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.