thelifelinemedia
Latest Odisha News, Breaking News Today

ଏଣିକି ସହଜ ହେବ ପିଏଫ୍ ଟଙ୍କା ଉଠାଣ: ଆସିଲା ନୂଆ ଅପଡେଟ, ଜାଣନ୍ତୁ ପୁରା ରିପୋର୍ଟ

ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଖାତାଧାରୀମାନେ ନିଜ ପିଏଫ୍ ଜମାରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇବାର ସୁଯୋଗ ପାଇପାରିବେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓର ୩୦ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଆସିପାରେ ଏକ ନୂଆ ଡିଜିଟାଲ୍ ସୁବିଧା । ଏଣିକି ପିଏଫ୍ ଖାତାରୁ ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ହେବ ସହଜ ଏଥିପାଇଁ ୟୁଏଏନ୍ ପୋର୍ଟାଲକୁ ୟୁପିଆଇ ସହ ଯୋଡ଼ିବା ନେଇ ପ୍ରସ୍ତୁତି ଚାଲିଛି । ଏହି ସୁବିଧା ଆରମ୍ଭ ହେଲେ ଯୋଗ୍ୟ ଖାତାଧାରୀମାନେ ନିଜ ପିଏଫ୍ ଟଙ୍କାର ଏକ ଅଂଶ ଶୀଘ୍ର ଉଠାଇପାରିବେ। ତେବେ ଏହି ସୁବିଧା କେବେଠାରୁ ଆରମ୍ଭ ହେବ ଓ ଏଥିପାଇଁ କେଉଁ ସର୍ତ୍ତ ରହିବ, ସେନେଇ ଅଧିକାରିକ ଘୋଷଣାକୁ ଅପେକ୍ଷା କରିବାକୁ ପଡ଼ିବ।

ବର୍ତ୍ତମାନ ପିଏଫ୍ ଟଙ୍କା ଉଠାଇବା ପାଇଁ ଖାତାଧାରୀମାନଙ୍କୁ ୟୁଏଏନ୍ ପୋର୍ଟାଲ୍ ଜରିଆରେ ଅନ୍ଲାଇନ୍ ଆବେଦନ କରିବାକୁ ପଡ଼ୁଛି । ଏହାପରେ ଇପିଏଫଓ ଆବେଦନ ଯାଞ୍ଚ କରି ଟଙ୍କାକୁ ଖାତାଧାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇଥାଏ । ଏହି ପ୍ରକ୍ରିୟାରେ କିଛି ସମୟ ଲାଗିଥାଏ। ହେଲେ ନୂଆ ବ୍ୟବସ୍ଥାରେ ୟୁଏଏନ୍ ପୋର୍ଟାଲକୁ ୟୁପିଆଇ ସେବା ସହ ଯୋଡ଼ିବାର ଯୋଜନା ରହିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଆଣିବା ନେଇ ମଧ୍ୟ ରିପୋର୍ଟରେ କୁହାଯାଇଛି। ଏହା ଜରିଆରେ ଖାତାଧାରୀମାନେ ଭିମ୍, ଫୋନ୍ପେ ଓ ଗୁଗୁଲ୍ ପେ ଭଳି ୟୁପିଆଇ ଆପ୍ ବ୍ୟବହାର କରି ଟଙ୍କା ଉଠାଇବାର ସୁବିଧା ପାଇପାରିବେ ।

ରିପୋର୍ଟ ଅନୁସାରେ, ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଖାତାଧାରୀମାନେ ନିଜ ପିଏଫ୍ ଜମାରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇବାର ସୁଯୋଗ ପାଇପାରିବେ ।

Leave A Reply

Your email address will not be published.