ନବୀନଙ୍କୁ କଟାକ୍ଷ କଲେ ଗୋକୁଳାନନ୍ଦ:ନିର୍ବାଚନ ଜିତିବା ପରଠାରୁ ନବୀନ ବାବୁ ହିଞ୍ଜିଳି ଯାଇନାହାନ୍ତି
ନବୀନ ପଟ୍ଟନାୟକ ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାର ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଶେଷକରି ଖଣି ଏବଂ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି
ଭୁବନେଶ୍ୱରେ: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କଲେ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ସକ୍ରିୟତାକୁ ନେଇ କଟାକ୍ଷ କଲେ। କହିଲେ, ଭୁବନେଶ୍ବରରେ ପଦଯାତ୍ରା କଲେ ଗଞ୍ଜାମ ଲୋକ କଣ ଭୋଟ ଦେବେ। ନିର୍ବାଚନ ଜିତିବା ପରଠାରୁ ନବୀନ ବାବୁ ହିଞ୍ଜିଳି ଯାଇନାହାନ୍ତି। ନବୀନ ବାବୁ ହିଞ୍ଜିଳିର ସବୁ ପଞ୍ଚାୟତ ନା କହିଲେ ରାଜନୀତି ଛାଡିଦେବି ବୋଲି କଟାକ୍ଷ କରିଛନ୍ତି। ନବୀନ ବାବୁ ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୨, ୨୦୨୬ ରେ ଭୁବନେଶ୍ୱରରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଏହା ନଭେମ୍ବର ୨, ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ।ନବୀନ ପଟ୍ଟନାୟକ ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାର ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଶେଷକରି ଖଣି ଏବଂ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯାହାର କାଉଣ୍ଟର କରିଛି ବିଜେପି।