thelifelinemedia
Latest Odisha News, Breaking News Today

ଦିଲ୍ଲୀରେ ସିଜେପି ଆନ୍ଦୋଳନ ପାଇଁ ୭୫ ଟ୍ରେନ୍ ବାତିଲ୍:୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୨୩ ହଜାର CAPF ଯବାନ ମୁତୟନ

ଦିଲ୍ଲୀରେ ୨୩ ହଜାର CAPF ଯବାନ ମୁତୟନ ହେବେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ ନିଷ୍ପତ୍ତି

ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ୍ ଜନତା ପାର୍ଟି (CJP)ର ଆନ୍ଦୋଳନ ଡାକରାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ୨୫୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଯନ୍ତରମନ୍ତରଠାରେ ଏହି ବିଶାଳ ଯୁବ ଆନ୍ଦୋଳନର ଯୋଜନା କରାଯାଇଛି। ତେଣୁ ନୂଆଦିଲ୍ଲୀ ଓ ନିଜାମୁଦ୍ଦିନ ଷ୍ଟେସନ ଆସୁଥିବା ୭୫ ମେଲ୍/ଏକ୍ସପ୍ରେସ୍ ବାତିଲ୍ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ୨୩ ହଜାର CAPF ଯବାନ ମୁତୟନ ହେବେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ ନିଷ୍ପତ୍ତି। ଜନ୍ତର ମନ୍ତରରୁ ୪ କିମି ପରିସର ମଧ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଅନ୍ୟପଟେ ଆନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋ ସେବା ଏବଂ ଟ୍ରେନ୍ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବାକୁ ସୁପ୍ରିମ୍‌କୋର୍ଟ ନାପସନ୍ଦ କରିଛନ୍ତି। ସାଧାରଣ ନାଗରିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ମେଟ୍ରୋ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Leave A Reply

Your email address will not be published.