thelifelinemedia
Latest Odisha News, Breaking News Today

ସିଜେପିର ଆନ୍ଦୋଳନରେ ଉଠୁଛି ପଡୁଛି ଦିଲ୍ଲୀ: ଧ୍ରୁବ ରାଠୀଙ୍କୁ ଉଠାଇ ନେଇଛି ପୋଲିସ, ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା 

କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ଆସୁଥିବା ସୀମାନ୍ତ ଗୁଡ଼ିକୁ ସିଲ୍ କରାଯିବା ସହ ପ୍ରାୟ ୪୫ରୁ ୫୭ଟି ମେଟ୍ରୋ ଷ୍ଟେସନର ଗେଟ୍ ବନ୍ଦ ରଖାଯାଇଛି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କୋକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜିତ ବିଶାଳ ”ଚଲୋ ଦିଲ୍ଲୀ” ଆନ୍ଦୋଳନକୁ ରୋକିବା ପାଇଁ ଗୁରୁଗ୍ରାମ ପୁଲିସ ଦ୍ୱାରା ପ୍ରସିଦ୍ଧ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ତାଙ୍କ ବାସଭବନରୁ ଅଟକ ରଖାଯାଇଛି। ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ କେନ୍ଦ୍ରୀୟ ବିହାର ସୋସାଇଟିରେ ଥିବା ରାଠୀଙ୍କ ଘରେ ପୁଲିସ ଟିମ୍ ପହଞ୍ଚି ତାଙ୍କୁ ଦିଲ୍ଲୀ ଆନ୍ଦୋଳନରେ ଯୋଗ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ଏହାକୁ ଅମାନ୍ୟ କରିବାରୁ ପୁଲିସ ତାଙ୍କୁ ଅଟକ ରଖିଛି।

ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ସିଜେପି ଏହି ବିକ୍ଷୋଭ ପ୍ରଦର୍ଶନର ଆହ୍ୱାନ ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ସହରସାରା କଡ଼ା ପାଟ୍ରୋଲିଂ କରାଯାଉଛି। କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ଆସୁଥିବା ସୀମାନ୍ତ ଗୁଡ଼ିକୁ ସିଲ୍ କରାଯିବା ସହ ପ୍ରାୟ ୪୫ରୁ ୫୭ଟି ମେଟ୍ରୋ ଷ୍ଟେସନର ଗେଟ୍ ବନ୍ଦ ରଖାଯାଇଛି। ସୁରକ୍ଷା ବାହିନୀ ଦ୍ୱାରା ଯନ୍ତର ମନ୍ତର ଏବଂ କନୋଟ ପ୍ଲେସ ନିକଟରୁ ଧ୍ରୁବ ରାଠୀଙ୍କ ସମେତ ୧୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇ ନିର୍ଦ୍ଦିଷ୍ଟ କ୍ୟାମ୍ପଗୁଡ଼ିକୁ ନିଆଯାଇଛି।

Leave A Reply

Your email address will not be published.