thelifelinemedia
Latest Odisha News, Breaking News Today

ପାର୍ବଣ ହେଵ ପାଣିଚିଆ: ଭିଜିବ ଦଶହରା ପୂଜା, ଆସୁଛି ଲଘୁଚାପ 

ଥାଇଲାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି

ଭୁବନେଶ୍ୱର:ଚଳିତ ବର୍ଷ ଓଡ଼ିଶାରେ ଦୁର୍ଗା ପୂଜା ଓ ଦଶହରା ଉତ୍ସବ ବର୍ଷାରେ ପାଣିଚିଆ ହେବାକୁ ଯାଉଛି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ନୂଆ ଲଘୁଚାପ ଯୋଗୁଁ ପୂଜା ସମୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ଅକ୍ଟୋବର ୧୨ ତାରିଖ ଆଡ଼କୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ଅକ୍ଟୋବର ୧୩ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।ଏହି ଲଘୁଚାପ ଯୋଗୁଁ ଷଷ୍ଠୀ ଓ ସପ୍ତମୀଠାରୁ ହିଁ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ସହ ଝିପିଝିପିରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ।

ଥାଇଲାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହି ପାଣିପାଗ ପ୍ରଣାଳୀର ପରବର୍ତ୍ତୀ ଗତିବିଧି ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଏହା ଏବେ ଏକ ସମ୍ଭାବନା ମାତ୍ର। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ।

Leave A Reply

Your email address will not be published.