thelifelinemedia
Latest Odisha News, Breaking News Today

ଆଜି ସିଜେପିର ବଡ଼ ଆନ୍ଦୋଳନ: ସିଇସିଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ଅସରପା ଦଳ,ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି 

SIR ଜାଲିଆତି ଅଭିଯୋଗ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବ୍ୟାପକ ନିର୍ବାଚନ ସଂସ୍କାର ଦାବିରେ ଏହି ବିରୋଧ ପ୍ରଦର୍ଶନ କରାଯିବ।

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ବା ସିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ନୂଆଦିଲ୍ଲୀରେ ଏକ ବିଶାଳ ଆନ୍ଦୋଳନର ଡାକରା ଦିଆଯାଇଛି। SIR ଜାଲିଆତି ଅଭିଯୋଗ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବ୍ୟାପକ ନିର୍ବାଚନ ସଂସ୍କାର ଦାବିରେ ଏହି ବିରୋଧ ପ୍ରଦର୍ଶନ କରାଯିବ ।ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖାଯିବ । କେନ୍ଦ୍ରୀୟ ସଶସ୍ତ୍ର ବଳର ୧୩୦ଟି କମ୍ପାନୀ ମୁତୟନ କରାଯିବ ।

ଆନ୍ଦୋଳନ ପାଇଁ ଦିଲ୍ଲୀରେ ଅନେକ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଯିବା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ସାଧାରଣ ଯାତ୍ରୀଙ୍କ ସୁବିଧା ପାଇଁ ମେଟ୍ରୋ ସମ୍ପୂର୍ଣ୍ଣ ବନ୍ଦ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।ଦିଲ୍ଲୀ ପୋଲିସ ଆଇନଶୃଙ୍ଖଳା ରକ୍ଷା ଆଳରେ ଏହି ବିରୋଧ ପ୍ରଦର୍ଶନକୁ ଅନୁମତି ଦେଇନାହିଁ। କିନ୍ତୁ CJP ଏବଂ ଅନ୍ୟାନ୍ୟ ବାମପନ୍ଥୀ ଛାତ୍ର ସଂଗଠନଗୁଡ଼ିକ ବିନା ଅନୁମତିରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ପୂର୍ବରୁ ୨୦୬ ଜୁଲାଇ ମାସରେ NEET ପେପର ଲିକ୍ ଏବଂ ପରୀକ୍ଷା ଜାଲିଆତି ପ୍ରସଙ୍ଗକୁ ନେଇ CJP ପକ୍ଷରୁ ଦିଲ୍ଲୀର ଜନ୍ତର-ମନ୍ତରରେ ଏକ ବଡ଼ ଧରଣର ଯୁବ ଓ ଛାତ୍ର ଆନ୍ଦୋଳନ କରାଯାଇଥିଲା।

Leave A Reply

Your email address will not be published.