thelifelinemedia
Latest Odisha News, Breaking News Today

ଭଦ୍ରକରେ ବର୍ଷା ନଥାଇ ବନ୍ୟା ପାଇଁ ଦାୟୀ କିଏ : ପଦାରେ ପଡ଼ିଲା କର୍ତ୍ତୁପକ୍ଷଙ୍କ ଗୁରୁତର ଅବହେଳା 

ଫୋନ୍ କଲେ ଏହି ବାବୁ କଲ୍ ଉଠାନ୍ତି ନାହିଁ।ଏହି ମୁଖ୍ୟଯନ୍ତ୍ରୀ କେବେ କେଉଁ କ୍ଷେତ୍ର ସ୍ତରର କାର୍ଯ୍ୟ ଦେଖିବାକୁ ଯାଆନ୍ତି ନାହିଁ।ତେଣୁ କାମ ନିମ୍ନ ମାନର ହେଉଛି ବୋଲି ସେଠିକାର ଠିକାଦାରମାନେ ଅଭିଯୋଗ କରିଛନ୍ତି

ଭଦ୍ରକ: ଶ୍ରୀଯୁକ୍ତ ସଞ୍ଜୀବ କୁମାର ନାୟକ ମୁଖ୍ୟଯନ୍ତ୍ରୀ ବୈତରଣୀ ଅବବାହିକା ତାଙ୍କର ହେଡକ୍ୱାର୍ଟର କେନ୍ଦୁଝର ହୋଇଥିଲେ ମଧ୍ୟ ସେ କେନ୍ଦୁଝରରେ ଗତ ମାସ ସମୟ ମଧ୍ୟରେ ମାତ୍ର 2/3 ଦିନ ରହିଛନ୍ତି। ତେଣୁ ଏହା ଦ୍ୱାରା ଲୋକଙ୍କ ଜଳସେଚନ ସମସ୍ୟା କିପରି ବୁଝୁଥିବେ ତାହା ଜଣାପଡୁଛି। ଯେତେବେଳେ ସାଳନ୍ଦୀ ଓ ବୈତରଣୀ ନଦୀ ବନ୍ଧ ଗୁଡ଼ିକ ଠିକ୍ ସମୟରେ ବର୍ଷା ଦିନ ପୂର୍ବରୁ କ୍ଷେତ୍ର ପରିଦର୍ଶନ ନକରି ଜଳ ସମ୍ପଦ ବିଭାଗକୁ ସବୁ ଠିକ୍ ଅଛି ବୋଲି ଭୁଲ୍ ରିପୋର୍ଟ୍ ଦେଇଛନ୍ତି। ଫଳରେ ତାଙ୍କ ଅଧୀନରେ ଥିବା ଡିଭିଜନ ସ୍ତରୀୟ ଅଧିକାରୀମାନେ ପ୍ରସ୍ତୁତ ନଥିଲେ।ଏହି ମୁଖ୍ୟଯନ୍ତ୍ରୀଙ୍କ ବନ୍ୟା ପରିଚାଳନା ନେଇ କୌଣସି ଜ୍ଞାନ କିମ୍ବା ଅଭିଜ୍ଞତା ନାହିଁ।କେବଳ ତଳ ଅଫିସରଙ୍କ ଜ୍ଞାନ ଓ ପରାମର୍ଶକୁ ଅପେକ୍ଷା କରନ୍ତି।ଏଭଳି ମୁଖ୍ୟଯନ୍ତ୍ରୀ ନଦୀ ବହୁ, ବନ୍ୟା ବହୁଳ ଅଞ୍ଚଳରେ କଣ ପାଇଁ ଅବସ୍ଥାପିତ କରାଯାଇଛି ପୁଣି ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ତାହା ସମସ୍ତଙ୍କୁ ଚକିତ କରୁଛି।ଏଭଳି ଏକ ଅନଭିଜ୍ଞ ଯନ୍ତ୍ରୀଙ୍କୁ ମଧ୍ଯ ସୁବର୍ଣ୍ଣରେଖା ପରିଯୋଜନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ଯେଉଁ ମହାନ ବ୍ୟକ୍ତିଙ୍କ ପରାମର୍ଶରେ ଜଣେ ନିକମା ମୁଖ୍ୟଯନ୍ତ୍ରୀଙ୍କୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାମ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସୁବର୍ଣ୍ଣରେଖା ପରିଯୋଜନାର ଠିକାଦାରଙ୍କ ଠାରୁ ପିସି ନେବା ଏହି ବାବୁଙ୍କ ମୁଖ୍ୟ କାମ। ତେଣୁ ସେ ସବୁବେଳେ ସୁବର୍ଣ୍ଣରେଖା ଅବବାହିକାରେ ଥିବା ଗେଷ୍ଟ ହାଉସରେ ରହିବାକୁ ପସନ୍ଦ କରନ୍ତି। ଫୋନ୍ କଲେ ଏହି ବାବୁ କଲ୍ ଉଠାନ୍ତି ନାହିଁ।ଏହି ମୁଖ୍ୟଯନ୍ତ୍ରୀ କେବେ କେଉଁ କ୍ଷେତ୍ର ସ୍ତରର କାର୍ଯ୍ୟ ଦେଖିବାକୁ ଯାଆନ୍ତି ନାହିଁ।ତେଣୁ କାମ ନିମ୍ନ ମାନର ହେଉଛି ବୋଲି ସେଠିକାର ଠିକାଦାରମାନେ ଅଭିଯୋଗ କରିଛନ୍ତି।

ସୁବର୍ଣ୍ଣରେଖା ପ୍ରକଳ୍ପର କାମ ଗଲା 6 ମାସ ହେଲା ଚାଲିଛି ଯେ ଚାଲିଛି। କାମ ସରୁନାହିଁ। ଆସନ୍ତା 4 ବର ଭିତରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ମନ୍ଥର ଗତିରେ କାମ ଆହୁରି 15 ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ଏହି ବାବୁଙ୍କ ବନ୍ୟା ପରିଚାଳନାରେ ଅନଭିଜ୍ଞତା ଓ ବୈଷୟିକ ଜ୍ଞାନ ଅଭାବରୁ ଜୁଲାଇ 28, 29, 30 ରେ ହଦଗଡ଼ ଡ୍ୟାମରେ ବନ୍ୟାପାଣି ଛାଡ଼ିବାରୁ ଭଦ୍ରକ ଅଞ୍ଚାଲରେ ବର୍ଷା ନ ଥାଇ ବନ୍ୟା ସ୍ଥିତି ଉପୁଜିଲା।ଭଦ୍ରକରେ ଅଞ୍ଚଲରେ ଯେଉଁ କ୍ଷୟକ୍ଷତି ହେଲା ଏଥିପାଇଁ ହଦଗଡ଼ ଡ୍ୟାମ କର୍ତ୍ତୃପକ୍ଷ ସଞ୍ଜୀବ ନାୟକ ଓ ଡ୍ୟାମ ପରିଚାଳନା ଦାୟିତ୍ୱରେ ଥିବା ବିଦ୍ୟାଧରପୁର ଏସ. ଇ ହିତେଶ କୁମାର ସାହୁଙ୍କ ନିଲମ୍ବନଦାବି କରିଛନ୍ତି ଅଞ୍ଚଳବାସୀ।

Leave A Reply

Your email address will not be published.