thelifelinemedia
Latest Odisha News, Breaking News Today

ଏବିଭିପି କର୍ମୀରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ : ଏମିତି ଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର

ପ୍ରଧାନଙ୍କୁ ଓଡ଼ିଶା ବିଧାନସଭାର ସର୍ବୋତ୍ତମ ବିଧାୟକ ପୁରସ୍କାର ‘ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ’ ମଧ୍ୟ ପ୍ରଦାନ କରାଯାଇଥିଲା

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍‌ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଦେଶରେ ବ୍ୟାପକ ଛାତ୍ର ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ୧୯୯୮ରେ ବିଜେପିରେ ଯୋଗ ଦେବାପୂର୍ବରୁ କଲେଜ ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀ ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ଦଶନ୍ଧିରେ ସେ ସଙ୍ଗଠନର ବହୁ ପଦପଦବୀରେ ରହିଥିଲେ। ୧୯୯୩ ମସିହାରେ ଏବିଭିପିର ରାଜ୍ୟ ସମ୍ପାଦକ ଓ ୧୯୯୫ ମସିହାରେ ଜାତୀୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।

ଲୋକସଭା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଭାବରେ ବିଭିନ୍ନ ବିଭାଗ ସମ୍ଭାଳି ଥିଲେ। ଜୁଲାଇ ୨୦୨୧ ରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ଓ ଦକ୍ଷତା ବିକାଶ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ପ୍ରଧାନ ଓଡ଼ିଶାରେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ ଓ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନଙ୍କୁ ଓଡ଼ିଶା ବିଧାନସଭାର ସର୍ବୋତ୍ତମ ବିଧାୟକ ପୁରସ୍କାର ‘ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ’ ମଧ୍ୟ ପ୍ରଦାନ କରାଯାଇଥିଲା। ୨୦୦୧ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପି ଯୁବଶାଖାର ଅଧ୍ୟକ୍ଷ ଓ ୨୦୦୨ ମସିହାରେ ବିଜେପି ଜାତୀୟ ସମ୍ପାଦକ ପଦବୀରେ ରହିଥିଲେ। ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.