thelifelinemedia
Latest Odisha News, Breaking News Today

ନକଲି ସୁନା ଶଙ୍ଖ ଦେଇ ୬ ଲକ୍ଷ ଠକେଇ, ୨ ଗିରଫ,ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯାଜପୁର ଜିଲ୍ଲା ଇନ୍ଦ୍ରାଇ ଗ୍ରାମର ସୁବୋଧ ପାରମାଣିକ

ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ଡାବୁଗାଁ ଥାନା ଚାଟିଗୁଡା ଗ୍ରାମର ଦଶମୁ ହରିଜନ ଓ ରାକେଶ ମଣ୍ଡଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଜଣେ ନକଲି ସୁନା ଶଙ୍ଖ ଠକେଇର ଶିକାର ହୋଇଛନ୍ତି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯାଜପୁର ଜିଲ୍ଲା ଇନ୍ଦ୍ରାଇ ଗ୍ରାମର ସୁବୋଧ ପାରମାଣିକ ବୋଲି ଜଣାପଡ଼ିଛି। ଠକେଇର ଶିକାର ପରେ ସୁବୋଧ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ଡାବୁଗାଁ ଥାନା ଚାଟିଗୁଡା ଗ୍ରାମର ଦଶମୁ ହରିଜନ ଓ ରାକେଶ ମଣ୍ଡଳ।

ସୂଚନା ଅନୁଯାଇ ଯାଜପୁର ଜିଲ୍ଲା ଇନ୍ଦ୍ରାଇ ଗ୍ରାମର ପାରମାଣିକଙ୍କ ସହ ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ଚାଟିଗୁଡା ଗ୍ରାମର ଦଶମୁ ହରିଜନ ସହ ସମ୍ପର୍କ ରହିଥିଲା। ଚଳିତ ମାସ ୧୦ ତାରିଖରେ ଦଶାମୁ ହରିଜନ ଇନ୍ଦ୍ରାଇ ଗ୍ରାମର ସୁବୋଧଙ୍କୁ ତା ସାଙ୍ଗ ପାଖରେ ଏକ ସୁନା ଶଙ୍ଖ ଥିବା କହିଥିଲା ଏବଂ ଏହାକୁ ଅଳ୍ପ ଦାମ୍‌ରେ ବିକ୍ରି କରିବ ବୋଲି କହିଥିଲା। ସୁନା ଶଙ୍ଖ ଲୋଭରେ ସୁବୋଧ ୧୪ ଜୁଲାଇରେ ଡାବୁଗାଁ ଥାନା ସରାଗୁଡା ଜଙ୍ଗଲ ନିକଟରେ କ୍ରୟ କରିବା ପାଇଁ ଆସିଥିଲେ। ଗ୍ରାହକକୁ ଦଶମୁ ଓ ତା ଦୁଇ ସାଥୀ ସୁନା ଶଙ୍ଖ ଦେଖାଇ ଥିଲେ, ଯାହାର ମୂଲ୍ୟ ୬ ଲକ୍ଷ କହିଥିଲେ। ସୁନା ଶଙ୍ଖର ବଜାର ମୂଲ୍ୟ ୬ ଲକ୍ଷରୁ ୧୦ ଗୁଣା ଅଧିକ ଥିବ ଭାବି ସୁବୋଧ ପାରା ମୋନିକ ସେମାନଙ୍କୁ ୬ ଲକ୍ଷ ଟଙ୍କା ଗଣି ଦେଇଥିଲା। ଟଙ୍କା ଦେବା ସମୟରେ ସମସ୍ତଙ୍କ ଭିଡିଓ ଉତ୍ତୋଳନ କରିଥିଲା।

Leave A Reply

Your email address will not be published.