ଓମାର ଅବଦୁଲ୍ଲାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମାର ଧମକ ଦେଲା ବିଜେପି
ଅବଦୁଲ୍ଲା ଅଭିଯୋଗ ପ୍ରତ୍ୟାହାର ନ କଲେ ୧୦୦ କୋଟି ଟଙ୍କାର କ୍ଷତିପୂରଣ ମାମଲା ସମେତ ଦେୱାନୀ ଓ ଫୌଜଦାରୀ ମାନହାନି ମାମଲା ରୁଜୁ କରାଯିବ
ଶ୍ରୀନଗର: ଓମାର ଅଭିଯୋଗ କରିଥିଲେ ଯେ, ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ (ଏନ୍ସି) ବିଧାୟକମାନଙ୍କୁ ଟଙ୍କା, ମନ୍ତ୍ରିପଦ ଓ ରାଜ୍ୟ ମାନ୍ୟତା ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇ ବିବିଜେପି ସୋମବାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ମାମଲା ରୁଜୁ କରିବାକୁ ଧମକ ଦେଇଛି। ଜେପି ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି। ଓମାରଙ୍କ ଅଭିଯୋଗ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ରଖିଛି। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ସାତ ଦିନ ମଧ୍ୟରେ ନିଃସର୍ତ୍ତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ନୋଟିସ ଜାରି କରି ଦାବି କରିଛି।
ଜମ୍ମୁ-କାଶ୍ମୀର ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ସତ୍ ଶର୍ମାଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଚେତାବନୀ ଦିଆଯାଇଛି ଯେ, ଅବଦୁଲ୍ଲା ଅଭିଯୋଗ ପ୍ରତ୍ୟାହାର ନ କଲେ ୧୦୦ କୋଟି ଟଙ୍କାର କ୍ଷତିପୂରଣ ମାମଲା ସମେତ ଦେୱାନୀ ଓ ଫୌଜଦାରୀ ମାନହାନି ମାମଲା ରୁଜୁ କରାଯିବ। ଅବଦୁଲ୍ଲା ଶନିବାର ଶ୍ରୀନଗରଠାରେ ଆୟୋଜିତ ନ୍ୟାସନାଲ କନଫରେନ୍ସର କନଭେନ୍ସନ୍ରେ ଅଭିଯୋଗ କରିଥିଲେ ଯେ, ଜମ୍ମୁର କେତେଜଣ ନ୍ୟାସନାଲ କନଫରେନ୍ସ ବିଧାୟକଙ୍କୁ ବିଜେପିରେ ମିଶିବା ପାଇଁ ୨୦-୩୦ କୋଟି ଟଙ୍କା ଯଚା ଯାଇଛି। ଏହାସହିତ ମନ୍ତ୍ରିପଦ ଓ ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦିଆଯିବା ପରି ପ୍ରସ୍ତାଦ ଦିଆଯାଇଛି।