ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ:ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ପାଇଁ CMଙ୍କ ନିଷ୍ପତ୍ତି
ବିପର୍ଯ୍ୟୟ ସମୟରେ ଲୋକଙ୍କ ସହ ଠିଆ ହେବା ଏବଂ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଅନୁରୋଧ କରାଯାଇଛି
ଭୁବନେଶ୍ୱର: ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ହେବନି ଦୀପାବଳି ଉତ୍ସବ। ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ।ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଚଳିତ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀପାବଳି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବନ୍ୟା ଯୋଗୁଁ ଲୋକେ ପ୍ରଭାବିତ ହୋଇଥିବାରୁ ସେ ସେମାନଙ୍କ ପ୍ରତି ସମବେଦନା ଜଣାଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ବିପର୍ଯ୍ୟୟ ସମୟରେ ଲୋକଙ୍କ ସହ ଠିଆ ହେବା ଏବଂ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଅନୁରୋଧ କରାଯାଇଛି।