ପୁରୀରେ ରଥଯାତ୍ରା ପାଇଁ ମକ୍ଡ୍ରିଲ୍:ଜିରୋ କାଜୁଆଲିଟି ଲକ୍ଷ୍ୟରେ ଚାଲିଛି ମକ୍ଡ୍ରିଲ୍
ରଥଯାତ୍ରା ଦିନ ରଥାଟଣା କେମିତି ସୁରୁଖୁରୁରେ ସମ୍ପାଦନ ହେବ ତାକୁ ନେଇ ଆଜି ପୁରୀରେ ମକଡ୍ରିଲ୍ କରାଯାଇଛି
ପୁରୀ: ରଥଯାତ୍ରାକୁ ସୁରୁଖୁରୁରେ ଶେଷ ପାଇଁ ମକ୍ଡ୍ରିଲ୍ କରାଯାଇଛି। ବିଶେଷକରି ଜିରୋ କାଜୁଆଲିଟି ଲକ୍ଷ୍ୟରେ ଚାଲିଛି ମକ୍ଡ୍ରିଲ୍। ଅଣନିଃଶ୍ବାସୀ ହେଲେ କିପରି ଗ୍ରୀନ୍ କରିଡରରେ ଯିବେ ସେନେଇ ପ୍ରସ୍ତୁତି।ଆମ୍ବୁଲାନ୍ସକୁ ସୁରୁଖୁରୁରେ ବାଟ ଛାଡ଼ିବା ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି।ଆସନ୍ତା ୧୬ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ଯ ଜୋରସୋରରେ ଆଗେଇ ଚାଲିଛି । ବଡଦାଣ୍ଡକୁ ସୁସଜ୍ଜିତ କରାଯାଉଛି । ଶ୍ରୀମନ୍ଦିର ସମ୍ମୁଖ ସିଂହ ଦ୍ଵାରରୁ ବଡଦାଣ୍ଡର ବଡ ଆଖଡ଼ା ମଠ ଯାଏଁ ବଡଦାଣ୍ଡକୁ ସୁସଜ୍ଜିତ କରାଯାଉଛି । ବଡଦାଣ୍ଡରେ ଏନାମେଲ ରଙ୍ଗ ବ୍ୟବହାର କରାଯାଇ ବିଭିନ୍ନ ରଙ୍ଗ ବେରଙ୍ଗର ଝୋଟି ଚିତାର ଚିତ୍ର କରାଯାଇଛି । ଯାହାକି ବଡଦାଣ୍ଡକୁ ବହୁତ୍ ଆକର୍ଷଣୀୟ କରିଛି ।
ରଥଯାତ୍ରା ଦିନ ରଥାଟଣା କେମିତି ସୁରୁଖୁରୁରେ ସମ୍ପାଦନ ହେବ ତାକୁ ନେଇ ଆଜି ପୁରୀରେ ମକଡ୍ରିଲ୍ କରାଯାଇଛି। ଵିଶେଷ କରି ଅଣନିଃଶ୍ବାସୀ ହେଲେ କିପରି ଗ୍ରୀନ୍ କରିଡରରେ ଯିବେ ସେନେଇ ପ୍ରସ୍ତୁତି।ଆମ୍ବୁଲାନ୍ସକୁ ସୁରୁଖୁରୁରେ ବାଟ ଛାଡ଼ିବା ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି।