thelifelinemedia
Latest Odisha News, Breaking News Today

ଆମେରିକାର ବଡ଼ଧରଣର ଆକ୍ରମଣ: ଇରାନର ୧୪୦ ସାମରିକ ଘାଟି ଧ୍ବଂସ, ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ଚରମରେ

ଆମେରିକା ସାମରିକ ବାହିନୀର ସେଣ୍ଟ୍ରାଲ୍‌ କମାଣ୍ଡ (ସେଣ୍ଟକମ୍) ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ଅଭିଯାନରେ ଇରାନର ୧୪୦ଟି ସାମରିକ ଘାଟିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଛି

ବ୍ୟୁରୋ: ଇରାନର ୧୪୦ ସାମରିକ ଘାଟି ଧ୍ବଂସ, ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ଚରମରେ। ଆଜି ସକାଳେ ଇରାନ ଉପରେ ସବୁଠାରୁ ବଡ଼ଧରଣର ସାମରିକ ଆକ୍ରମଣ କରିଛି ଆମେରିକା। ଇରାନର ପ୍ରାୟ ୧୪୦ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି ଭୀଷଣ ଏୟାରଷ୍ଟ୍ରାଇକ୍‌ କରାଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହର୍ମୁଜ ପ୍ରଣାଳୀରେ ସାଇପ୍ରସ୍‌ର ଏକ ପତାକାଧାରୀ ବାଣିଜ୍ୟିକ ଜାହାଜ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ଆକ୍ରମଣ ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇ ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ ଘନଘନ ମିସାଇଲ୍‌ ଓ ଡ୍ରୋନ୍‌ ମାଡ଼ କରିବାରୁ ସମଗ୍ର ଅଞ୍ଚଳରେ ଯୁଦ୍ଧ ସ୍ଥିତି ଗମ୍ଭୀର ହୋଇପଡ଼ିଛି।

ଆମେରିକା ସାମରିକ ବାହିନୀର ସେଣ୍ଟ୍ରାଲ୍‌ କମାଣ୍ଡ (ସେଣ୍ଟକମ୍) ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ଅଭିଯାନରେ ଇରାନର ୧୪୦ଟି ସାମରିକ ଘାଟିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଛି। ଏଥିମଧ୍ୟରେ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଲଞ୍ଚ ସାଇଟ୍, ଗୋଳାବାରୁଦ ଗୋଦାମ, ଯୋଗାଯୋଗ କେନ୍ଦ୍ର ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ରହିଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସୋସିଆଲ୍‌ ମିଡିଆରେ ଇରାନକୁ ଚେତାବନୀ ଦେଇ ଲେଖିଛନ୍ତି, ‘ଇରାନ ଏକ ଭୁଲ ନିଷ୍ପତ୍ତି ନେଇଥିଲା, ଏବେ ଏହାର ପରିଣାମ ଭୋଗୁଛି’। ବିଶେଷ କରି ଇରାନର ଉପକୂଳବର୍ତ୍ତୀ ବନ୍ଦର ସହର ଅବାସ, ସିରିକ ସମେତ ହର୍ମୁଜ ପ୍ରଣାଳୀ ଆଖପାଖ ଅଞ୍ଚଳକୁ ଆମେରିକା ଟାର୍ଗେଟ୍‌ କରିଛି।

Leave A Reply

Your email address will not be published.