ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ
ବିଜେବି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ
ଭୁବନେଶ୍ୱର: ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ବିଜେବି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକଙ୍କ ମୃତ୍ୟୁ ଘଟଣା ନୂଆ ନୁହେଁ। ଏହି ଭଳି ଘଟଣା ବାରମ୍ବାର ଘଟୁଛି। ଗତ ମେ’ ମାସ ୨୮ ତାରିଖରେ କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର ବ୍ଲକ ଅଧୀନ ଗୌଡ଼କର୍ଲାଖୁଣ୍ଟାରେ ମଧ୍ୟ ସମାନ ପ୍ରକାରର ଅଘଟଣ ଘଟିଥିଲା, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା ।