ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି:ଅ-ତିଥି ସ୍ନାନଯାତ୍ରା, ରଥଯାତ୍ରା ପାଳନକୁ ଗଜପତିଙ୍କ ବିରୋଧ
ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟା ଠାରୁ ଆରମ୍ଭ ହୁଏ ନବଦିନାତ୍ମକ ଯାତ୍ରା। ୨୦୨୫ରେ ଜିବିସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଗଜପତି
ପୁରୀ: ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର କଲେ ଗଜପତି ମହାରାଜା। ଇସ୍କନର ଗଭର୍ଣ୍ଣିଂ ବଡି କମିଶନକୁ ପୁଣିଥରେ ଚିଠି ଲେଖିଲେ ଗଜପତି ମହାରାଜା। ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଭିନ୍ନ ଭିନ୍ନ ସମୟରେ ହେଉଛି। ତିଥି ଅନୁସାରେ ପାଳନ କରିବା ସହ ଗୋଟିଏ ସମୟରେ କରିବାକୁ ଚିଠି ଲେଖା ଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ସମଗ୍ର ବିଶ୍ବରେ ଗୋଟିଏ ତିଥିରେ ପାଳନ ହେଉ। ତିଥି ବ୍ୟତୀତ ଅନ୍ୟ କୌଣସି ସମୟରେ ଯାତ୍ରା ପାଳନ ଗ୍ରହଣୀୟ ନୁହେଁ। ଜ୍ୟେଷ୍ଠ ପୂର୍ଣ୍ଣିମାରେ ହିଁ ସାରା ବିଶ୍ବର ଇସ୍କନ ମନ୍ଦିର ସ୍ନାନ ଯାତ୍ରା କରନ୍ତୁ। ନବଦିନାତ୍ମକ ଯାତ୍ରା ସମୟରେ ରଥଯାତ୍ରା କରିବାକୁ ଗଜପତିଙ୍କ ଅନୁରୋଧ। ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟା ଠାରୁ ଆରମ୍ଭ ହୁଏ ନବଦିନାତ୍ମକ ଯାତ୍ରା। ୨୦୨୫ରେ ଜିବିସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଗଜପତି।
ସୂଚନା ଯୋଗ୍ୟ, ଇସ୍କନ (ISKCON) ପକ୍ଷରୁ ବିଦେଶର ବିଭିନ୍ନ ସହରରେ ନିଜ ସୁବିଧା ଅନୁଯାୟୀ ବର୍ଷର ଅନ୍ୟ ସମୟରେ ଯଥା ମେ, ଜୁନ୍, ଅକ୍ଟୋବର ଆଦି ମାସରେ ରଥଯାତ୍ରା ଆୟୋଜନ କରାଯାଉଛି ଯାହା ନୀତି ବିରୋଧୀ ଓ ପରମ୍ପରାକୁ ବିରୋଧୀ। ଯେତେ ବାରଣ କଲେ ଇସ୍ତ୍କନ ତାର ମନମାନି ଚଳେଇଆସିଛି।