ମାଡ଼ି ଆସୁଛି ବଡ ବର୍ଷା: ୫ଜିଲ୍ଳାକୁ ରେଡ ୱାର୍ଣ୍ଣି, ଲଘୁଚାପ ବର୍ଷାରେ ବେହାଲ ଓଡ଼ିଶା
ସାରା ରାଜ୍ୟରେ ବର୍ଷାର ବିତ୍ପାତ । ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ମୂଷଳଧାରା ବର୍ଷା ଜାରି ରହିଛି
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ୫ଜିଲ୍ଳାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ,ସୋନପୁର ଓ କନ୍ଧମାଳ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି।ସେହିପରି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସାରା ରାଜ୍ୟରେ ବର୍ଷାର ବିତ୍ପାତ । ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ମୂଷଳଧାରା ବର୍ଷା ଜାରି ରହିଛି । ଆଜି ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ।ବହୁ ସ୍ଥାନରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ସହରାଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ନଦୀ ଓ ଜଳାଶୟର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି।