thelifelinemedia
Latest Odisha News, Breaking News Today

କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା: ବିଷମକଟକ ଉପକାରାଗାରରେ ଟିଆଇ ପରେଡ୍‌

ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ।  ମିଳିଥିବା ସୂଚନାରେ ପ୍ରାୟ ୨୪ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ହୋଇଥିଲା । ବିଷମକଟକ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପୂଜା ଜୈନଙ୍କ ଉପସ୍ଥିତ ଥିଲେ।

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍‌ରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ଘଟଣାରେ ଆଜି (ସୋମବାର) ବିଷମକଟକ ଉପକାରାଗାରରେ ଅପରାଧିକଙ୍କ (ଟେଷ୍ଟ୍‌ ଆଇଡେଣ୍ଟିଫିକେସନ୍‌) ଟିଆଇ ପରେଡ୍‌ ହୋଇଛି। ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ।

ମିଳିଥିବା ସୂଚନାରେ ପ୍ରାୟ ୨୪ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ହୋଇଥିଲା । ବିଷମକଟକ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପୂଜା ଜୈନଙ୍କ ଉପସ୍ଥିତ ଥିଲେ। ଖୋଦ୍‌ ପୀଡ଼ିତା ଘଟଣା ସଂକ୍ରାନ୍ତରେ ବୟାନ ଦେଇଥିବା ବେଳେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବର୍ଣ୍ଣନା କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ଟିଆଇ ପ୍ୟାରେଡ ବେଳେ ବିଷମକଟକ ଏସ୍‌ଡିପିଓ ସନ୍ତୋଷିନୀ ଓରାମ, ଆଇଆଇସି ଉପସ୍ଥିତ ରହିଥିଲେ। ପୀଡ଼ିତା ଓ କାରାଗାରଙ୍କ ଠାରୁ ଗଣମାଧ୍ୟମକୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ପୁଲିସ ଅନୁରୋଧ କରିଥିଲେ।

Leave A Reply

Your email address will not be published.