thelifelinemedia
Latest Odisha News, Breaking News Today

ରାଜ୍ୟରେ ଗଠିତ ହେବ ଆଂଟି ନାର୍କୋଟିକ୍‌ସ ଟାସ୍କ ଫୋର୍ସ: ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ

ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆନୁକୂଲ୍ୟରେ ସମଗ୍ର ଦେଶରେ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପ୍ରାକ୍‌ ପରୀକ୍ଷଣ ନିଶା ଧ୍ବଂସ ସ୍ବତନ୍ତ୍ର ଅଭିଯାନ ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ନିଶା ବିରୋଧୀ ଅଭିଯାନ ଆହୁରି କଠୋର ହେବ। ନିଶା ବେପାରୀଙ୍କ ଉପରେ ଷଣ୍ଢୁଆସୀ ଆକ୍ରମଣ କରାଯିବ। ଏଥିରେ ରାଜ୍ୟରେ ଏଡିଜ ପାହ୍ୟାର ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଆଂଟି ନାର୍କୋଟିକ୍‌ସ ଟାସ୍କ୍‌ ଫୋର୍ସ ଗଠିତ ହେବ। ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ।

ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆନୁକୂଲ୍ୟରେ ସମଗ୍ର ଦେଶରେ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପ୍ରାକ୍‌ ପରୀକ୍ଷଣ ନିଶା ଧ୍ବଂସ ସ୍ବତନ୍ତ୍ର ଅଭିଯାନ ଚାଲିଛି। ଏହି କ୍ରମରେ, ଆଜି (ବୁଧବାର) ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ୍ ବ୍ରାଞ୍ଚ) ବିନୟ ତୋଷ ମିଶ୍ର, ଆଇଜିପି (କ୍ରାଇମ୍ ବ୍ରାଞ୍ଚ) ଡ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ଏସଟିଏଫ) ଡ କନୱର ବିଶାଳ ସିଂଙ୍କ ସହିତ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.