thelifelinemedia
Latest Odisha News, Breaking News Today

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ:ଆସନ୍ତା ୪ ତାରିଖରେ ବରଗଡ଼ ଆସିଥାନ୍ତେ ଶାହ

ଖରାପ ପାଗ କାରଣରୁ ବାତିଲ ହୋଇଯାଇଛି। ଜୁଲାଇ ୪ ତାରିଖରେ ବରଗଡ଼ରେ ହେବାକୁ ଥିବା ଇଥାନଲ୍ ପ୍ଲାଣ୍ଟ୍ ଉଦଘାଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦେବାର ଥିଲା

ଭୁବନେଶ୍ବର: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି।ଆସନ୍ତା ୪ ତାରିଖରେ ବରଗଡ଼ ଆସିଥାନ୍ତେ ଶାହ। ଗସ୍ତ ବାତିଲ ହୋଇଥିବା ନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା। ଇଥାନଲ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ଖରାପ ପାଗ କାରଣରୁ ବାତିଲ ହୋଇଯାଇଛି। ଜୁଲାଇ ୪ ତାରିଖରେ ବରଗଡ଼ରେ ହେବାକୁ ଥିବା ଇଥାନଲ୍ ପ୍ଲାଣ୍ଟ୍ ଉଦଘାଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦେବାର ଥିଲା।

୪ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବା ପରେ ବରଗଡ ଆସି ବଉଳସିଂହା ଠାରେ ଥିବା ଇଥାନଲ ପ୍ଲାଣ୍ଟର ଲୋକାର୍ପିତ କରିଥାନ୍ତେ । ୧୭ ଶହ ୫୦ କୋଟି ଟଙ୍କା ବ୍ୟୟରେ ଏହି ଇଥାନଲ୍ ପ୍ଲାଣ୍ଟ ତିଆରି ହୋଇଛି । ଆଗକୁ ଏହା ଅନେକ ଲୋକଙ୍କୁ ରୋଜଗାର ଦେବାର ଏକ ବଡ ମାଧ୍ୟମ ହେବ । ବରଗଡ଼ ପରେ ସମ୍ବଲପୁର ଯାଇ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଅମିତ୍ ଶାହ । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା।

Leave A Reply

Your email address will not be published.