thelifelinemedia
Latest Odisha News, Breaking News Today

ମୋଦୀଙ୍କ ନେତୃତ୍ବରେ ଗତ ୧୨ବର୍ଷରେ ଦେଶର ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି, ଯୋଜନାର ଗତି ଓ ବିସ୍ତାର ବଢ଼ିଛି’: ଲୋକଙ୍କ ଚାହିବା ଅନୁଯାୟୀ ସରକାର ଯୋଜନା କରୁଛନ୍ତି

୧୨ବର୍ଷରେ ଦେଶରେ ସଡ଼କ, ରେଳପଥ, ଜଳପଥ, ଆକାଶପଥରେ ସଂଯୋଗୀକରଣ ବଢ଼ିଛି। ଦେଶରେ ବହୁତ ବଡ଼ ବଡ଼ ପ୍ରକଳ୍ପ ହୋଇଛି। ଲୋକଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ହୋଇଛି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୨ବର୍ଷରେ ଦେଶର ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି। ବିକାଶ ଏମିତି ହେଉଛି ଯେ ଆମେ ବିକଶିତ ଭାରତ ଆଡ଼କୁ ଆଗଉଛେ। ୧୨ବର୍ଷରେ ଦେଶରେ ସଡ଼କ, ରେଳପଥ, ଜଳପଥ, ଆକାଶପଥରେ ସଂଯୋଗୀକରଣ ବଢ଼ିଛି। ଦେଶରେ ବହୁତ ବଡ଼ ବଡ଼ ପ୍ରକଳ୍ପ ହୋଇଛି। ଲୋକଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ହୋଇଛି। ସବୁ ବର୍ଗର ଲୋକଙ୍କର ବିକାଶ ହୋଇଛି। ଭାରତ ୫ଟ୍ରିଲିଅନ୍‌ ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। କାରଣ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଯୋଜନାଗୁଡ଼ିକର ଗତି ଓ ବିସ୍ତାର ବଢ଼ିଛି। ସବୁ ବର୍ଗଙ୍କ ପାଇଁ ଯୋଜନା ହୋଇଛି, ସମସ୍ତଙ୍କ ନିକଟରେ ଯୋଜନା ପହଞ୍ଚିଛି।

ଲୋକସେବା ଭବନ କନ‌ଭେନସନ୍‌ ସେଣ୍ଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହିପରି ଭାବେ ୧୨ବର୍ଷର ମୋଦୀ ସରକାରଙ୍କ ସଫଳତାକୁ ବଖାଣିଛନ୍ତି। ସେ ପୂର୍ବର ୟୁପିଏ ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାରର କିଛି ଯୋଜନାକୁ ତୁଳନା କରି ମୋଦୀ କିପରି ଯୋଜନାଗୁଡ଼ିକୁ ଗତି ଦେଇଛନ୍ତି ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚାଇଛନ୍ତି ତାହା ବର୍ଣ୍ଣନା କରିଥିଲେ। ଶ୍ରୀ ମେଘୱାଲ କହିଥିଲେ, ପୂର୍ବରୁ ଇନ୍ଦିରା ଆବାସ ଯୋଜନା ଥିଲା। ଏଥିରେ ଗୋଟିଏ ଗୋଟିଏ ଗାଁରେ ବର୍ଷକୁ ୨ ରୁ ୩ଜଣଙ୍କୁ ଇନ୍ଦିରା ଆବାସ ମିଳୁଥିଲା। ଏଥିରେ ୫୦ହଜାର ଟଙ୍କା ଦିଆଯାଉଥିବାବେଳେ ସରକାର ପରିବେଶ ନାଁରେ ୭ହଜାର ଟଙ୍କା କାଟି ହିତାଧିକାରୀଙ୍କୁ ୪୩ହଜାର ଟଙ୍କା ଦେଉଥିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହା ପିଏମ୍‌-ଆବାସ ହେଲା। ପ୍ରତି ଗାଁରେ ୨୦୦ରୁ ୩୦୦ଜଣଙ୍କୁ ଘର ମିଳିଲା। ଘର ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ବି ଦିଆଗଲା। ଏବେ ୪କୋଟି ଲୋକ ପିଏମ୍-ଆବାସ ପାଇଲେଣି।

Leave A Reply

Your email address will not be published.