thelifelinemedia
Latest Odisha News, Breaking News Today

ରାଜଧାନୀରେ ଏନକାଉଣ୍ଟର୍:ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ପୋଲିସର ଏନ୍‌କାଉଣ୍ଟର୍

ଗତ କିଛି ଦିନ ହେଲା ରାଜ୍ୟରେ ଘଟୁଥିବା ଅପରାଧିକ ଘଟଣାକ୍ରମ ପୋଲିସ୍ ପାଇଁ ଚିନ୍ତା ବଢାଇ ଥିବା ବେଳେ ଏବେ ପୋଲିସ ଖୋଜି ଖୋଜି ଅପରାଧୀଙ୍କୁ ଏନକାଉଣ୍ଟର କରୁଛି

ଭୁବନେଶ୍ୱର: ଅପରାଧକୁ ଦମନ କରିବା ପାଇଁ ଆକ୍ସନ ମୁଡରେ କମିଶନରେଟ ପୋଲିସ। କୁଖ୍ୟାତ ଅପରାଧୀ ପପୁନ୍‌ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍‌ ପୋଲିସ୍। ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ହେଉଛି ପପୁନ୍ । ତା ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍‌ ବେଳେ ଏନକାଉଣ୍ଟର୍ ହୋଇଛି।

ପପୁନକୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍ ପରେ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ହେଲା ରାଜ୍ୟରେ ଘଟୁଥିବା ଅପରାଧିକ ଘଟଣାକ୍ରମ ପୋଲିସ୍ ପାଇଁ ଚିନ୍ତା ବଢାଇ ଥିବା ବେଳେ ଏବେ ପୋଲିସ ଖୋଜି ଖୋଜି ଅପରାଧୀଙ୍କୁ ଏନକାଉଣ୍ଟର କରୁଛି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ପୋଲିସର ଅପରାଧିକ ଘଟଣାକ୍ରମ ପୋଲିସ୍ ପାଇଁ ଚିନ୍ତା ବଢ଼ୁଥିବା ବେଳେ ଏବେ ପୋଲିସ ଖୋଜି ଖୋଜି ଅପରାଧୀଙ୍କୁ ଧରୁଛି।

Leave A Reply

Your email address will not be published.