thelifelinemedia
Latest Odisha News, Breaking News Today

ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ୍ ୧୮ରେ ରାଜ୍ୟସଭା ଉପନିର୍ବାଚନ

ଗତ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଆସନକୁ ନେଇ ଏବେ ରାଜନୈତିକ ଚଞ୍ଚଳତା ବଢ଼ିଛି

ଭୁବନେଶ୍ୱର:ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଜୁନ୍ ୮ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜୁନ୍ ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ଜୁନ୍ ୧୧ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଆସନକୁ ନେଇ ଏବେ ରାଜନୈତିକ ଚଞ୍ଚଳତା ବଢ଼ିଛି । ବିଶେଷକରି ବିଜେପି ଦେବାଶିଷ ସାମନ୍ତରାୟଙ୍କୁ ପୁଣି ରାଜ୍ୟସଭା ସଦସ୍ୟ ପ୍ରାର୍ଥୀ କରିବ କି ନାହିଁ ସେନେଇ ରହିଛି ସମସ୍ତଙ୍କ ନଜର ।ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି ।

Leave A Reply

Your email address will not be published.