ବାଂଲାଦେଶ ସୀମାରେ ତାରବାଡ଼: ଆକ୍ସନ ମୋଡ଼ରେ ଶୁଭେନ୍ଦୁ ସରକାର
କୋଲକାତା: ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି। ଆକ୍ସନ ମୋଡ଼ରେ ଶୁଭେନ୍ଦୁ ସରକାର। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କଲେ। ୪୫ ଦିନ ଭିତରେ ସମଗ୍ର ଅଞ୍ଚଳ BSF ଅଧୀନରେ ରହିବ।
୮୬୪ କିମି ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରି ନଥିଲା।ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ଜମି ଦେଉ ନ ଥିବାରୁ ତାରବାଡ଼ ହୋଇପାରୁ ନଥିଲା ବୋଲି ଶୁଭେନ୍ଦୁ କହିଛନ୍ତି। ଫଳରେ ବାଂଲାଦେଶ ପଟୁ ଦେଶକୁ ଅନୁପ୍ରବେଶ ମାତ୍ରା ଅଧିକ ହେଉଥିଲା। ଏବେ ଏଥିରେ ରୋକ୍ ଲାଗିବ ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି।