thelifelinemedia
Latest Odisha News, Breaking News Today

ଭକ୍ତଙ୍କ ଗଡରେ ଓଡିଶା ଜନତା କଂଗ୍ରେସର ଶକ୍ତି ପ୍ରଦର୍ଶନ: ଦଳୀୟ ସମାବେଶରେ ଦମ ଦେଖାଇଲା ମୋକିମଙ୍କ ପାର୍ଟି

ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣାରେ ଓଡିଶା ଜନତା କଂଗ୍ରେସ କରିଛି ବିଶାଳ ସମାବେଶ । ପିସିସି ମୁଖିଆ ଭକ୍ତ ଦାସଙ୍କ ଗଡରେ ଜନତା କଂଗ୍ରେସ ସଭାପତି ମୋକିମ କରିଛନ୍ତି ପ୍ରଥମ ଦଳୀୟ ସମାବେଶ। ସାମ୍ନା ସାମ୍ନି ହୋଇଛନ୍ତି କଂଗ୍ରେସ ବନାମ ଓଡ଼ିଶା ଜନତା କଂଗ୍ରେସ। କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସର ସମାବେଶ କରିଛି ବୋଲି ଦଳର ମୁଖିଆ ମହମ୍ମଦ ମୋକିମ କହିଛନ୍ତି।ଭବାନୀପାଟଣାରେ ବଡ଼ ସମାବେଶ କରି ପିସିସି ସଭାପତିଙ୍କୁ ଚ୍ୟାଲେଞ୍ଜ୍‌ ପ୍ରଶ୍ନରେ ମୋକିମ କହିଛନ୍ତି ‘ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି। ଏ ସମାବେଶ କଳାହାଣ୍ଡି ବିକାଶ ପାଇଁ ପ୍ରତିବଦ୍ଧତାର ପରିଚୟକୁ ସୂଚାଇଛି ବୋଲି ମୋକିମ୍ କହିଛନ୍ତି।

ଅନ୍ୟପଟେ ଓଡିଶା ଜନତା କଂଗ୍ରେସ ବିଶାଳ ସମାବେଶକୁ ନେଇ ମୁହଁ ଖୋଲିଛନ୍ତି ଭକ୍ତ ଦାସ। ରାଜନୀତିରେ ସମସ୍ତ ଦଳ ଯେ କୌଣସି ଅଂଚଳରେ ସଭା କରିବାର ଅଧିକାର ଅଛି । ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ରାଜନୈତିକ ଭବିଷ୍ୟତ କଣ ହେଉଛି ଦେଖାଯାଉ । ସେମାନେ ଆମର ପିଲା, ମୁଁ ତାଙ୍କୁ ଏତେ ସିରିଏସଲି ନେଇନାହିଁ ବୋଲି ଭକ୍ତ ଦାସ କହିଛନ୍ତି।

Leave A Reply

Your email address will not be published.