ବାଲିଅନ୍ତା ଘଟଣା: ଆକ୍ସନ ମୋଡ୍ରେ ଡିଜିପି,କମିଶନରେଟ୍ ପୋଲିସର ସମସ୍ତ IICଙ୍କୁ ନେଇ ବୈଠକ
ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣାରେ ପୁଲିସର ଛାନଭିନ ବଢ଼ିଛି
ଭୁବନେଶ୍ୱର: ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡ୍ରେ ଡିଜିପି।କମିଶନରେଟ୍ ପୋଲିସର ସମସ୍ତ IICଙ୍କୁ ନେଇ ବୈଠକ ହୋଇଛି।ବୈଠକରେ ଡିଜିପିଙ୍କ ସମେତ ସିପି ଆଡିସନାଲ ସିପି ଓ ଡିସିପି ଉପସ୍ଥିତ ରହିଥିଲେ। ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି।।ଅନଲାଇନରେ ମଧ୍ୟ ଯୋଡ଼ି ହୋଇଛନ୍ତି ବିଭିନ୍ନ ଥାନାର ଆଇଆଇସି
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ଆଉ ୬ଜଣଙ୍କୁ ଗିରଫ କଲା ପୁଲିସ । ଏପର୍ଯ୍ୟନ୍ତ ମୋଟ୍ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି । ସେପଟେ ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣାରେ ପୁଲିସର ଛାନଭିନ ବଢ଼ିଛି । ଘଟଣା ଦିନ ୫ଜଣଙ୍କୁ ଗିରଫ କରିଥିବା ବେଳେ ପୁଣି ୬ଜଣଙ୍କୁ ଗିରଫ କରାଯାଇଛି । ସୌମ୍ୟକୁ ହତ୍ୟା କରିବା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଅସଦାଚରଣ ଅଭିଯୋଗରୁ ପିଟିପିଟି ମାରିଦେଲେ ନା ପଛରେ ରହିଛି ଆଉ କିଛି କାରଣ, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବାରମ୍ବାର ଷଡ଼୍ଯନ୍ତ୍ର ଅଭିଯୋଗ ଆଣୁଛନ୍ତି ପରିବାର । ଏହାରି ଭିତରେ ପୁଲିସ ବି ଖୋଳତାଡ଼ ଜୋରଦାର କରିଛି ।