ଆଜି ଆସିବ ମେଟ୍ରିକ୍ ଫଳାଫଳ: ଅପରାହ୍ଣ ୪ଟାରେ ପ୍ରକାଶ ପାଇବ, ସଂଧ୍ୟା ୬ଟା ପରେ ବୋର୍ଡର ନିର୍ଦ୍ଧାରିତ ୱେବ୍ସାଇଟ୍ରେ ଅନ୍ଲାଇନ୍ ଉପଲବ୍ଧ
ବାର୍ଷିକ ଉଚ୍ଚବିଦ୍ୟାଳୟ ପ୍ରମାଣପତ୍ର (ଏଏଚ୍ଏସ୍ସି), ୨୦୨୬, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ୨୦୨୬ (ପ୍ରଥମ), ମାଧ୍ୟମ ପରୀକ୍ଷା ୨୦୨୬ର ପରୀକ୍ଷା ଫଳ ପ୍ରକାଶ ପାଇବ
କଟକ: ଆଜି ମେଟ୍ରିକ୍ ଫଳାଫଳ ଆସିବ।ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ। ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ଆଜି ମାଟ୍ରିକ ପରୀକ୍ଷା-୨୦୨୬ର ଫଳାଫଳ ଜାଣିପାରିବେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ର ଫଳାଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇବ।
ଜାରି ବିଜ୍ଞପ୍ତି ଅନୁସାରେ, ବାର୍ଷିକ ଉଚ୍ଚବିଦ୍ୟାଳୟ ପ୍ରମାଣପତ୍ର (ଏଏଚ୍ଏସ୍ସି), ୨୦୨୬, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ୨୦୨୬ (ପ୍ରଥମ), ମାଧ୍ୟମ ପରୀକ୍ଷା ୨୦୨୬ର ପରୀକ୍ଷା ଫଳ ମଇ ୨ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ସଂଧ୍ୟା ୬ଟା ପରେ ବୋର୍ଡର ନିର୍ଦ୍ଧାରିତ ୱେବ୍ସାଇଟ୍ରେ ଅନ୍ଲାଇନ୍ ଉପଲବ୍ଧ ହେବ।
ରେଜଲ୍ଟ ଜାଣିବା ପାଇଁ ନିଜ ଅଂଚଳରେ ଇଣ୍ଟରନେଟ ସୁବିଧା ନଥିଲେ ମଧ୍ୟ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ ଛାତ୍ରଛାତ୍ରୀ।ପାଖରେ ଫୋନ ଥିଲେ କେବଳ ଗୋଟିଏ ଫୋନ କଲ ଓ ମେସେଜରେ ଆପଣ ଫଳାଫଳ ଜାଣିପାରିବେ। www.bseodisha.ac.inରେ ନିଜର ନାମ, ପରୀକ୍ଷା ରୋଲ୍ନମ୍ବର ଆଦି ଦାଖଲ କରି ପରୀକ୍ଷା ଫଳ ଦେଖିପାରିବେ। ନଚେତ୍ ଅନ୍ୟ ବିକଳ୍ପ ସ୍ପରୂପ, ମୋବାଇଲ୍ରେ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ନିଜର ପରୀକ୍ଷା ଫଳ ତଥ୍ୟ ସଂଗ୍ରହ କରିପାରିବେ। ଏଥିପାଇଁ Type OR10<RollNo> ଲେଖି ୫୬୭୬୭୫୦କୁ ପଠାଇଲେ ନିଜ ଫଳାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।