thelifelinemedia
Latest Odisha News, Breaking News Today

ଓଡିଶା ରାଜ୍ୟ ସମବାୟ ୟୁନିଅନରେ ମଧୁ ବାବୁ ଜୟନ୍ତୀ ପାଳିତ: ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଥିଲେ ମଧୁ ବାବୁ

ମଧୁବାବୁ ଓଡିଶାର ପ୍ରଥମ ବାରିଷ୍ଟର, ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର, ପ୍ରଥମ ମନ୍ତ୍ରୀ ଓ ବିହାର ଓଡିଶା ବିଧାନସଭାର ପ୍ରଥମ ସଦସ୍ୟ ଥିଲେ

ଭୁବନେଶ୍ୱର:ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୮ ତମ ଜୟନ୍ତୀ ସମବାୟ ଭବନ ପରିସରରେ ପାଳିତ ହୋଇଯାଇଛି। ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ଶ୍ରୀମତୀ ପ୍ରବାସିନୀ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଭାବେ ମଧୁସୂଦନ ଦାସ କିପରି ସମବାୟକୁ ସର୍ବପ୍ରଥମେ ଓଡିଶାରେ ଜନ୍ମ ଦେଇଥିଲେ ତାହା ଉପରେ ଶ୍ରୀମତି ଷଡ଼ଙ୍ଗୀ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ତଥା ବିଶିଷ୍ଟ ସମବାୟବିତ ମହେନ୍ଦ୍ର କୁମାର ନାୟକ ଯୋଗ ଦେଇଥିଲେ। ସେ ତାଙ୍କ ବ୍ୟକ୍ତବ୍ୟରେ ଓଡିଶାକୁ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବରେ ଗଠନ କରିବାରେ ମଧୁ ବାବୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ମୁଖ୍ୟ ବକ୍ତା ଭାବରେ ଶରତ କୁମାର ଦଳସିଂ ରାୟ ମଧୁ ବାବୁଙ୍କର ଶିକ୍ଷା ଓ ରାଜନୈତିକ ଜୀବନଯାତ୍ରା ଉପରେ ଆଲୋକପାତ କରିଥିଲେ। ମଧୁବାବୁ ଓଡିଶାର ପ୍ରଥମ ବାରିଷ୍ଟର, ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର, ପ୍ରଥମ ମନ୍ତ୍ରୀ ଓ ବିହାର ଓଡିଶା ବିଧାନସଭାର ପ୍ରଥମ ସଦସ୍ୟ ଥିଲେ ବୋଲି ଶ୍ରୀଯୁକ୍ତ ଦଳସିଂ ରାୟ ନିଜ ଅଭିଭାଷଣରେ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ନିର୍ମାଣ ସମବାୟ ନିଗମର ଉପ ସଭାପତି ବିଜୟଲଷ୍ମୀ ମହାପାତ୍ର, ମହିଳା ବିକାଶ ସମବାୟ ନିଗମର ସଭାପତି ସ୍ୱାଧୀନବାଳା ଦାସ, ଲେବର ଫେଡେରେସନ ସଭାପତି ପ୍ରମୋଦ କୁମାର ସାମନ୍ତରାୟ, ସ୍ଵୟଂଶ୍ରୀ ମହିଳା ସମବାୟ ସମିତି ସଭାପତି ପୂର୍ଣ୍ଣିମା ସିଂ, ରାଜ୍ୟ ସମବାୟ ୟୁନିଅନର ନିର୍ଦ୍ଧେଶକ ରଞ୍ଜନ କୁମାର ଦାସ, ରାଜକିଶୋର ମଲ୍ଲିକ ଏବଂ ସଂଯୁକ୍ତା ପ୍ରଧାନ ଯୋଗ ଦେଇ ମଧୁ ବାବୁଙ୍କ ବିଷୟରେ ନିଜର ଅଭିଭାଷଣ ରଖିଥିଲେ।କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ ୟୁନିଅନର ସମ୍ପାଦକ ବ୍ରହ୍ମାନନ୍ଦ ପରିଡା ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ. ଶେଷରେ ଉପ ସମ୍ପାଦକ ସୁନିତା ପତି ଉପସ୍ଥିତ ମଞ୍ଚାସୀନ ଅତିଥି ଓ ଅନ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.