ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ:ସବୁ ପ୍ରକଳ୍ପ ଲାଭ ପାଇଁ ହୁଏନି: ଅପରାଜିତା
୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି କିନ୍ତୁ ଭୁବନେଶ୍ୱର କାହିଁକି ବାଦ୍ ପଡ଼ିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ପ୍ରକଳ୍ପ ହେଲେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାଧାରଣ ଲୋକ ଉପକୃତ ହେବେ ବୋଲି ସାଂସଦ କହିଛନ୍ତି
ଭୁବନେଶ୍ୱର:ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଛନ୍ତି ସବୁ ପ୍ରକଳ୍ପ ଲାଭ ପାଇଁ କରାଯାଏ ନାହିଁ। କିଛି ପ୍ରକଳ୍ପ ବୃହତ୍ତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି ବୋଲି ଅପରାଜିତା କହିଛନ୍ତି।କେନ୍ଦ୍ର ସହ ଆଲୋଚନା କରି ପଦକ୍ଷେପ ନେବାକୁ ଆଶ୍ୱସନା ଦେଇଛନ୍ତି।ଦରକାର ପଡ଼ିଲେ ମୁଁ କେନ୍ଦ୍ର ସହିତ ଆଲୋଚନା କରିବି ବୋଲି ସେ କହିଛନ୍ତି।
ମେଟ୍ରୋ ପ୍ରକଳ୍ପ ପାଇଁ କିପରି ଅର୍ଥ ଆସିବ ସେନେଇ ଆଲୋଚନା କରିବି। ୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି କିନ୍ତୁ ଭୁବନେଶ୍ୱର କାହିଁକି ବାଦ୍ ପଡ଼ିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ପ୍ରକଳ୍ପ ହେଲେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାଧାରଣ ଲୋକ ଉପକୃତ ହେବେ ବୋଲି ସାଂସଦ କହିଛନ୍ତି।ସାଂସଦଙ୍କ କହିବା ଅନୁଯାୟୀ, ଭୁବନେଶ୍ୱରର ଦ୍ରୁତ ନଗରୀକରଣ ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମେଟ୍ରୋ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଅଟେ । କଟକ ଓ ଖୋର୍ଦ୍ଧାକୁ ମିଶାଇ ଏହି ଅଞ୍ଚଳର ଜନସଂଖ୍ୟା ମେଟ୍ରୋ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁଛି।