thelifelinemedia
Latest Odisha News, Breaking News Today

ରାଜ୍ୟସଭାରେ ଶପଥ ନେଲେ ନୀତୀଶ କୁମାର:ଶପଥ ପାଠ କରାଇଲେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ଏପ୍ରିଲ ୧୫ ତାରିଖରେ ବିହାରରେ ନୂତନ ସରକାର ଶପଥ ଗ୍ରହଣ କରିପାରେ ବୋଲି ବିଶ୍ୱାସ କରାଯାଉଛି। ସୂତ୍ର ଅନୁସାରେ, ଦିଲ୍ଲୀ ଗସ୍ତରୁ ଫେରିବା ପରେ, ମୁଖ୍ୟମନ୍ତ୍ରୀ ନୂତନ ନେତା ଚୟନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ ଡାକିପାରନ୍ତି

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତୀଶ କୁମାର। ଶପଥ ପାଠ କରାଇଲେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ। ସନ୍ଧ୍ୟାରେ ପାଟନା ଫେରିବେ ନୀତୀଶ କୁମାର।ଏହା ପରେ ବିହାରରେ ଆଗେଇବ ନୂଆ ସରକାର ଗଠନ ପ୍ରକ୍ରିୟା।

ପାଟନାରେ ଏନଡିଏ ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଆଯିବ। ଯାହା ପରେ ନୀତିଶ କୁମାର ପଦରୁ ଇସ୍ତଫା ଦେବେ। ଖାରମାସ ପରେ ଏପ୍ରିଲ ୧୫ ତାରିଖରେ ବିହାରରେ ନୂତନ ସରକାର ଶପଥ ଗ୍ରହଣ କରିପାରେ ବୋଲି ବିଶ୍ୱାସ କରାଯାଉଛି। ସୂତ୍ର ଅନୁସାରେ, ଦିଲ୍ଲୀ ଗସ୍ତରୁ ଫେରିବା ପରେ, ମୁଖ୍ୟମନ୍ତ୍ରୀ ନୂତନ ନେତା ଚୟନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ ଡାକିପାରନ୍ତି।୧୨ ଏପ୍ରିଲରେ ବିଧାୟକ ଦଳ ବୈଠକ ହେବାର ସମ୍ଭାବନା ଅଛି। ଏହି ବୈଠକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ କିଏ ହେବ ତାହା ସ୍ଥିର ହୋଇପାରେ।

Leave A Reply

Your email address will not be published.