thelifelinemedia
Latest Odisha News, Breaking News Today

କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନେଲା ବିଜେଡି:6 ବିଧାୟକ ଦଳରୁ ନିଲମ୍ବିତ, ଥିଲେ 51, ଏବେ 42ରେ ସୀମିତ ବିଜେଡି ସଦସ୍ୟ 

ସଭ୍ୟ ପଦ ରଦ୍ଦ କରିବା ପାଇଁ ଖୁବଶୀଘ୍ର ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖାଯିବ ବୋଲି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି

ଭୁବନେଶ୍ୱର: ଶେଷରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ପ୍ରଥମ କାରଣ ଦର୍ଶାଅ ନୋଟିସ୍ ପରେ ଦଳରୁ ନିଲମ୍ୱନ । 6 ବିଧାୟକ ଯେଉଁମାନେ ଦଳୀଅ ଫୋରମରୁ ବାହାରି କ୍ରଶ ଭୋଟିଂ କରିଥିଲେ ସମସ୍ତଙ୍କୁ ଦଳରୁ ବାହାର ରାସ୍ତା ଦେଖାଇଛନ୍ତି ବିଜେଡି ସୁପ୍ରିମୋ।ନିଲମ୍ବନ ଆଦେଶ ଅନୁସାରେ, ବାଲିଗୁଡ଼ା ବିଧାୟକ ଚକ୍ରମଣି କାହାର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଯାହା ଫଳରେ ବିଜେଡି 51ରୁ ଖସି ଆସି ଏବେ 42ରେ ପହଞ୍ଚିଛି।

ବିଦ୍ରୋହୀ ତଥା କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ କେବଳ ନିଲମ୍ବନ କରି ଦଳ ଚୁପ୍ ବସିବ ନାହିଁ । ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ଖୁବଶୀଘ୍ର ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖାଯିବ ବୋଲି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.