thelifelinemedia
Latest Odisha News, Breaking News Today

ବସ୍ତାରେ ଭୁଷୁଡ଼ିଲା ବିଜେଡି ଗଡ:ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ  ବ୍ଲକ ସଭାପତି ଅନୀଲ କୁମାର ମହାନ୍ତିଙ୍କ ଇସ୍ତଫା

ବିଜେଡି ଗଠନ ସମୟରୁ ଦଳର ଶୃଙ୍ଖଳିତ କର୍ମୀ ଭାବେ ସେ କାର୍ଯ୍ୟ କରିଛନ୍ତି। ବସ୍ତାରେ ଦଳର କାର୍ଯ୍ୟକ୍ରମରେ କୌଣସି ଅବହେଳା ହେଉନଥିବା ବେଳେ ସୁବାସିନୀଙ୍କ ନିଲମ୍ବନକୁ ବିରୋଧ କରି ସେ ଦଳ ଛାଡ଼ିଥିବା ଦର୍ଶାଇଛନ୍ତି

ଭୁବନେଶ୍ୱର: ବସ୍ତା ବିଜେଡିରେ ଜଟିଳ ସ୍ଥିତି। ଭୁଶୁଡିବାକୁ ବସିଛି ବାଲେଶ୍ଵର ବସ୍ତା ବିଜେଡି ରାଜନୀତି।ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ଇସ୍ତଫା ଦେଇଛନ୍ତି। ସୁବାସିନୀ ଜେନାଙ୍କ ପ୍ରତି ହୋଇଥିବା ଦଳୀୟ କାର୍ଯ୍ୟନୁଷ୍ଠାନକୁ ବିରୋଧ କରି ଅନୀଲ ବ୍ଲକ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତା ସହିତ ବହୁ ତୃଣମୂଳ ନେତା ଦଳ ଛାଡ଼ିଛନ୍ତି।

ତିନି ତିନି ଥରର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ଇସ୍ତଫା ବିଜେଡ଼ି ପାଇଁ ଅଡ଼ୁଆ ବଢ଼ାଇଛି।ଇସ୍ତଫା ପତ୍ରରେ ଅସନ୍ତୋଷ ବଖାଣି ଅନୀଲ କହିଛନ୍ତି, ବିଜେଡି ଗଠନ ସମୟରୁ ଦଳର ଶୃଙ୍ଖଳିତ କର୍ମୀ ଭାବେ ସେ କାର୍ଯ୍ୟ କରିଛନ୍ତି। ବସ୍ତାରେ ଦଳର କାର୍ଯ୍ୟକ୍ରମରେ କୌଣସି ଅବହେଳା ହେଉନଥିବା ବେଳେ ସୁବାସିନୀଙ୍କ ନିଲମ୍ବନକୁ ବିରୋଧ କରି ସେ ଦଳ ଛାଡ଼ିଥିବା ଦର୍ଶାଇଛନ୍ତି।ସୂଚନା ଅନୁସାରେ, ରାଜ୍ୟସଭା ନିର୍ବାଚନରେ କ୍ରୋସ୍ ଭୋଟିଂ ଯୋଗୁଁ ଗତ କାଲି ୬ ବିଧାୟକଙ୍କୁ ସସପେଣ୍ଡ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥିରେ ସୁବାସିନୀ ଜେନା ରହିଛନ୍ତି। ଯାହାକୁ ସସପେଣ୍ଡକୁ ନେଇ ଅନିଲ ବସ୍ତା ବ୍ଲକ୍ ସଭାପତିରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.