ସରିଲା ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍: ଚମ୍ପିଆନ ହେଲା ହରିୟାଣା, ମେଡାଲ ତାଲିକାରେ ଓଡ଼ିଶାର ସ୍ଥାନ ନବମ
ଭୁବନେଶ୍ୱର:ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍। କଳିଙ୍ଗ ଷ୍ଟାଡିୟମରେ ଉଦଯାପନୀ ଉତ୍ସବରେ ସିଏମ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ। ଏହି ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ୯୫ଟି ମେଡାଲ୍ ସହିତ ଚାମ୍ପିୟନ୍ ହୋଇଛି ହରିୟାଣା।
ସେହିଭଳି ହରିୟଣା ପରେ ଦ୍ୱିତୀୟ ଦଳ ଅର୍ଥାତ ରନର୍ସଅପ୍ ତାମିଲନାଡ଼ୁକୁ ମିଳିଛି ୫୧ ପଦକ। ଓଡିଆ ମେଡାଲ ତାଲିକାରେ ନବମ ସ୍ଥାନରେ ରହିଛି। ଓଡ଼ିଆ ପାରା-ଆଥଲେଟ୍ ମାନେ ୧୨ ପଦକ ହାସଲ କରିଛନ୍ତି । ଏହି ଅବସରରେ ଭାଗ ନେଇଥିବା ଅନ୍ୟ ପାରା ଆଥଲେଟ ମାନେ ଓଡ଼ିଶାର ଆତିଥ୍ୟତାକୁ ଭୁରି ଭୂରି ପ୍ରଶଂସା କରିଛନ୍ତି। ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଥିବା ସମସ୍ତ ବ୍ୟବସ୍ଥାକୁ ମଧ୍ୟ ଖେଳାଳି ମନରେ ପ୍ରଂଶସା କରିଛନ୍ତି।