thelifelinemedia
Latest Odisha News, Breaking News Today

ମୁଁ ଯାହା କହିଥିଲି ସତ ହେଲା: ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ, ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ

ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ୍‌ ସବୁ କିଛି କରୁଛନ୍ତି ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି।ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ, ନବୀନ କେବଳ ଦସ୍ତଖତ କରୁଥିଲେ।ପରେ ପାଣ୍ଡିଆନ୍‌ ସବୁ କିଛି କଲେ, ନବୀନ ବାବୁ ଦସ୍ତଖତ ମାରିଲେ

ଭୁବନେଶ୍ୱର: ଆଗରୁ ଯାହା କହିଥିଲି ତାହା ସତ ହେଲା। ରାଜ୍ୟସଭା ନିର୍ବାଚନକୁ ନେଇ ପୁଣି ବର୍ଷିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। କହିଲେ, ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ। ଦିଲ୍ଲୀରେ ଟ୍ରଷ୍ଟ ଗଠନ ନେଇ ଏବେ ସବୁ ସତ କଥା ପଦାରେ ପଡିଛି। ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସି ଯାଇଛି ବୋଲି ପ୍ରଭାତ କହିଛନ୍ତି। ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭି.କେ. ପାଣ୍ଡିଆନ୍ ରହିଛନ୍ତି।

ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ୍‌ ସବୁ କିଛି କରୁଛନ୍ତି ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି।ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ, ନବୀନ କେବଳ ଦସ୍ତଖତ କରୁଥିଲେ।ପରେ ପାଣ୍ଡିଆନ୍‌ ସବୁ କିଛି କଲେ, ନବୀନ ବାବୁ ଦସ୍ତଖତ ମାରିଲେ। ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ୍‌ ଗୋଟି ଚାଳନା କରୁଛନ୍ତି ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି।

Leave A Reply

Your email address will not be published.