ନାଟୋ ଓ ଅମେରିକା ମଧ୍ୟରେ ଫାଟ:ମଧ୍ଯପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ହାତ ଛାଡ଼ିଲା ନାଟୋ,ନାଟୋକୁ କାଗଜ ବାଘ କହିଲେ ଟ୍ରମ୍ପ
ଭାରତରେ ପ୍ରିମିୟମ ପେଟ୍ରୋଲ ବଢ଼ିଛି। 2 ଟଙ୍କା 35 ପଇସା ପର୍ଯ୍ୟନ୍ତ ବଢ଼ିଛି ପେଟ୍ରୋଲ। ସେହିପରି ଶିଳ୍ପ ଡିଜେଲ ଲିଟର ପିଛା 22 ଟଙ୍କା ବଢିଛି।
ବ୍ୟୁରୋ:ଇରାନ ନିୟନ୍ତ୍ରଣରେ ପଶ୍ଚିମଏସିଆ ଯୁଦ୍ଧ।ଭାରତରେ ପଡିଲା ଯୁଦ୍ଧର ପ୍ରଭାବ।ବଢିଲା ପ୍ରିମିୟମ ପେଟ୍ରୋଲ ଓ ଶିଳ୍ପ ଡିଜେଲ । 23 ଦିନରେ ପହଞ୍ଚିଲା ମଧ୍ଯପ୍ରାଚ୍ୟ ଯୁଦ୍ଧ। ଫେବୃଆରୀ 28 ରୁ ଆରମ୍ଭ ହେଇଥିବା ଯୁଦ୍ଧ ଏବେ ସରିବାର ନାଁ ଧରୁନି। ଆଗକୁ କେତେ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ତାହା ବି କହିବ ମୁସ୍କିଲ। କିନ୍ତୁ ଯୁଦ୍ଧର ପ୍ରଭାଵ ଧୀରେ ଧୀରେ ପଡ଼ିବା ଆରମ୍ଭ ହେଲାଣି। ଭାରତରେ ପ୍ରିମିୟମ ପେଟ୍ରୋଲ ବଢ଼ିଛି। 2 ଟଙ୍କା 35 ପଇସା ପର୍ଯ୍ୟନ୍ତ ବଢ଼ିଛି ପେଟ୍ରୋଲ। ସେହିପରି ଶିଳ୍ପ ଡିଜେଲ ଲିଟର ପିଛା 22 ଟଙ୍କା ବଢିଛି। ଯଦିଓ ସଧାରଣ ପେଟ୍ରୋଲ ଓ ଡିଜେଲ ଦର ପୂର୍ବ ଭଳି ସ୍ଥିର ରହିଛି କିନ୍ତୁ ଆଗକୁ ଯେ ଏହି ଦର ବୃଦ୍ଧି ନହେବ ତାହା ଏଡାଇ ଦିଆଯାଇ ପାରିବନି। ଅନ୍ୟପଟେ ନାଟୋ ଓ ଆମେରିକା ମଧ୍ୟରେ ଫାଟ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ନାଟୋକୁ କାଗଜ ବାଘ କହି ଟ୍ରମ୍ପଙ୍କ ଆକ୍ଷେପ ଯୁଦ୍ଧର ମୋଡ଼ ବଦଳାଇଛି।
ଅନ୍ୟପଟେ ଆକ୍ରମଣର ଜବାବ ଦେଇ ଚାଲିଛି ଇରାନ। ବିଶ୍ୱର ସବୁଠାରୁ ଦୂରବର୍ତ୍ତୀ ଓ ରହସ୍ୟମୟ ସାମରିକ ଘାଟି ଡିଏଗୋ ଗାର୍ସିଆକୁ ଆକ୍ରମଣ କରିଛି ଇରାନ। ଏହା ୟୁକେ ଏବଂ ମରିସସ ମଧ୍ୟରେ ଏକ ବିବାଦୀୟ ସ୍ଥଳ ହୋଇ ରହିଥିବାବେଳେ, ଏଠାରେ କେବଳ ଉଚ୍ଚପଦସ୍ଥ ସାମରିକ ଅଧିକାରୀଙ୍କୁ ପ୍ରବେଶ ଅନୁମତି ମିଳିଥାଏ। ଇରାନ ପକ୍ଷରୁ ଏହି ଗୁପ୍ତ ଘାଟିକୁ ଟାର୍ଗେଟ କରାଯିବା ଆମେରିକା ପାଇଁ ଏକ ବଡ଼ ଚେତାବନୀ ବୋଲି କୁହାଯାଇପାରେ।ଆଗକୁ ଯୁଦ୍ଧ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।