thelifelinemedia
Latest Odisha News, Breaking News Today

ପଖାଳ_ପାଇଁ_ଗିନିଜ_ରେକର୍ଡ: ଗିନିଜ ରେକର୍ଡରେ ସାମିଲ ହେଲା ପର୍ଯ୍ୟଟନ ବିଭାଗ, ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ

ଗୋଟିଏ ପାତ୍ରରେ ୧୧୭୪ କେଜି ପଖାଳ ତିଆରି କରି ରେକର୍ଡ ବୁକରେ ସାମିଲ ହେଲା।ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି

ଭୁବନେଶ୍ୱର: ପଖାଳ ପାଇଁ ଗିନିଜ ରେକର୍ଡ । ପଖାଳ ଦିବସରେ ଗିନିଜ ରେକର୍ଡରେ ସାମିଲ ହେଲା ପର୍ଯ୍ୟଟନ ବିଭାଗ। ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ। ଗୋଟିଏ ପାତ୍ରରେ ୧୧୭୪ କେଜି ପଖାଳ ତିଆରି କରି ରେକର୍ଡ ବୁକରେ ସାମିଲ ହେଲା।ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି।

ପଖାଳର ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଯାଇ ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ପଖାଳ ପର୍ବ-୨୦୨୬’ । ପାନ୍ଥନିବାସଠାରେ ଆୟୋଜିତ ଓଡ଼ିଶା ରୋଷେଇ ପରମ୍ପରାର ଏହି ଦୁଇ ଦିନିଆ ପର୍ବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି ।ଆଜି ଘରେ ଘରେ ଓଡିଆମାନେ ପଖାଳ ଖାଇ ଏହି ଦିବସକୁ ପାଳନ କରିଛନ୍ତି। ଗାଁ ଠୁ ସହ ସବୁଠି ଆଜି ପଖାଳର ବାସ୍ନା ବାରି ହୋଇପଡିଛି।

Leave A Reply

Your email address will not be published.